MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା, ଲୋକେ ଆଶ୍ବସ୍ତି


ବାଲିଗୁଡା,୨୧/୦୬: (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଞ୍ଚଳରେ ଶୁକ୍ରବାର ବର୍ଷା ହୋଇଛି। ବର୍ଷା ଯୋଗୁଁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ।

ଯାହାକି, ଶୁକ୍ରବାର ମଧ୍ୟାହ୍ନ ପରେ ପରେ ଅଞ୍ଚଳରେ ହୋଇଥିବା ସାମାନ୍ୟ ବର୍ଷାରୁ ଅନୁମାନ କରାଯାଉଛି । ପୂର୍ବରୁ ଏକାଧିକ ଥର କାଳ ବୈଶାଖୀରେ ବର୍ଷା ସହ ଝଡ଼, ତୋଫାନ, ବିଜୁଳି ଓ ଘଡ଼ଘଡ଼ି ମାରି ଲୋକଙ୍କୁ କଲବଲ କରୁଥିଲା। ବର୍ଷା କମ କ୍ଷତି ଗ୍ରସ୍ତ ହେଉଥିଲେ ଅଧିକ ଲୋକେ। ହେଲେ ଏହି ବର୍ଷା ଥିଲା ମୌସୁମିର ଆଗମନ, ନା ଥିଲା ବିଜୁଳି, କି ଘଡ଼ଘଡ଼ି ନା ପବନ, କେବଳ ବର୍ଷା ହିଁ ବର୍ଷା। ଫଳରେ ସମଗ୍ର ଅଞ୍ଚଳରେ ଟିକିଏ ଥଣ୍ଡା ପଡ଼ିବା ସହ ଗୁଳୁଗୁଳି କମିଛି। ବର୍ଷା ବଡ଼ ଧରଣର ହୋଇ ନ ଥିଲେ ସୁଦ୍ଧା ମାଟି ଭଜିଛି। ଏହି ବର୍ଷାରେ ଧାନ ତଳି ଭଲ ହେବା ସହ ପନିପରିବା ଓ ହଳଦୀ ଚାଷୀଙ୍କୁ ଅନେକ ଫାଇଦା ଯୋଗାଇବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।