କଳାହାଣ୍ଡି – ୦୯/୦୪- ଚୈତ୍ର ମାସରେ ଧରା ପୃଷ୍ଠକୁ ଅବତରଣ କରିଛନ୍ତି ମା ଠାକୁରାଣୀ, ଦେବୀଙ୍କ ରୁପରେ , ଚୈତ୍ର ମାସ ହେଉଛି ଗ୍ରାମ ଦେବାଦେବୀଙ୍କ ଆବାହନର ମାସ। ଏହି କ୍ରମରେ ମଙ୍ଗଳବାର ଠାରୁ କୋକସରା ବ୍ଲକର ବିଭିନ୍ନ ଗ୍ରାମରେ ଚୈତ୍ର ଯାତ୍ରା ଆରମ୍ଭ ହୋଇଥିବା ବେଳେ ମା ଙ୍କ ଆବାହନ ପାଇଁ ଚଳ ଚଞ୍ଚଳ ହୋଇ ପଡିଛି ସହର ଠାରୁ ପଲ୍ଲୀ। ବ୍ଲକର ମହିମା ପଞ୍ଚାୟତର ମହିମା ଗ୍ରାମରେ ରବିବାର ଗ୍ରାମର ଦେବୀ ପୁଝାରୀ ରତନ ପୂଝାରୀ ଘରୁ ପୂଜାର୍ଚ୍ଚନା ପରେ ମା ଠାକୁରାଣୀ,ମା ବୁଡେନ,ମା ପରଦେସେନ ,ମା ମାନପୁରେନ ଦେବୀଙ୍କୁ ଆବାହନ ପରେ କୁଆଁରୀ ଝିଅଙ୍କ ଦେହରେ ମା ବିରାଜମାନ କରିଥିଲେ। ପରେ ପୁଜକ ତିନି ଘଣ୍ଟକୁ ପୂଜାର୍ଚ୍ଚନା କରି କୁଆଁରୀ ଝିଅ ମାନେ ଘଣ୍ଟକୁ ମୁଣ୍ଡରେ ସ୍ଥାପନ କରି ଗ୍ରାମ ପରିକ୍ରମା କରିବାକୁ ବାହାରିଥିବା ବେଳେ, ପ୍ରଥମେ ଗ୍ରାମର ଗନ୍ତିଆ ସୁରେଶ ଚନ୍ଦ୍ର ପାତ୍ରଙ୍କ ଘରୁ ଘଣ୍ଟଙ୍କୁ ସ୍ୱାଗତ କରି ଦେବି ରୂପକ ଘଣ୍ଟକୁ ପୂଜାର୍ଚ୍ଚନା କରିଥିଲେ।

ଗ୍ରାମରେ ଘଣ୍ଟ ପରିକ୍ରମା ସମୟରେ ଶ୍ରଦ୍ଧାଳୁ ମହିଳା ପୁରୁଷ ମାନେ ଦେବୀ ମାନଙ୍କୁ ଫୁଲ,ମୁଆଁ,ମହୁଲ ଫୁଲ ,ନଡ଼ିଆ ଦେଇ ପୂଜାର୍ଚ୍ଚନା କରି ଆଶ୍ରିବାଦ କାମନା କରିଥିଲେ। ପୂର୍ବରୁ ଭୁର୍ଷାଗୁଡା ଓ ମାଲପଡା ଗ୍ରାମକୁ ଘଣ୍ଟ ପରିକ୍ରମା କରି ମଙ୍ଗଳ ବାର ଦିନ ମହିମା ଗ୍ରାମର ମା ଠାକୁରାଣୀ ମନ୍ଦିରକୁ ତିନି ଘଣ୍ଟ ବିରାଜମାନ କରିଥିଲେ l ଗ୍ରାମର ମା ଠାକୁରାଣୀ,ମଣ୍ଡଳଭୀମା,କନ୍ଧୁଣି ବୁଡି, ଶୁକ୍ଳ ଭୋଗ,ନଡ଼ିଆ,କୁକୁଡ଼ା,ବୋଦା ପାରା ବଳି ଦେଇ ପୂଜାର୍ଚ୍ଚନା କରି ମାଙ୍କ ଠାରୁ ଆଶ୍ରିବାଦ ନେଇଥିଲେ l ଚୈତ୍ର ଘଣ୍ଟ ଯାତ୍ରା କୁ ଗାଁ ପୁଝାରୀ ରତନ ପୁଝାରୀ,ଦୁର୍ଗା ପୁଝାରୀ,ଶିରା ତୁମ୍ଭେଶ୍ୱର ପୁଝାରୀ, ତନୁରାମ ମାଝୀ, ରୁପଧର କୋଲଥିଆ, ଗୌନ୍ତିଆ ଦିନକୃଷ୍ଣ ପାତ୍ର,ନରିଆ ଗୁଣଧର ଧ. ମାଝୀ,ରଇତ ଶୋଭା ମାଝୀ,ସରପଞ୍ଚ ଇଶରାମ କୋଲଥିଆ,ସମିତି ସଭ୍ୟ
ଘନଶ୍ୟାମ ନାଏକ,ଉମିରାମ ନାଏକ, ଗଙ୍ଗାଧର ପୁଝାରୀ,ଅମର ଦଳପତି, ଭାନୁ ନାଏକ,ଇଶ୍ୱର ମାଝୀ, କେଶବ ପୁଝାରୀ, ସମରଥ ପୁଝାରୀ,ଦେମତୀ ମାଝୀ, ବିମଳା ମାଝୀ, ପୂର୍ଣମୀ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ