ମୋ ଟିଭି ଓଡିଶା / ବାରିପଦା :
ବାରିପଦାରୁ ବିଭିନ୍ନ ରୁଟ୍ରେ ଗଡିଲା ସରକାରୀ ବସ୍ । ବାରିପଦା ବସଷ୍ଟାଣ୍ଡରୁ ୧୪ଟି ସରକାରୀ ବସ୍ ଗଡ଼ାଇଲା ପ୍ରଶାସନ। ବାରିପଦା ବସଷ୍ଟାଣ୍ଡରେ ସମୟ ନିର୍ଘଣ୍ଟକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯାହାକୁ ନେଇ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଗତକାଲି ଜିଲ୍ଲାପାଳଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନ ବିଫଳ ହେବା ପରେ ଆଜି ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ଘରୋଇ ବସଷ୍ଟାଣ୍ଡରେ ପୋଲିସ ମୁତୟନ କରିବା ସହ ଓଏସଆରଟିସିର ୧୪ ଟି ବସ ଗଡ଼ାଇଛି ପ୍ରଶାସନ। ବସ୍ ଗୁଡିକ ଜିଲ୍ଲାର ବିଭିନ୍ନ ରୁଟ୍ ରେ ଚଳପ୍ରଚଳ ଆରମ୍ଭ କରିଛି । ଏହାସହ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଛକ ମାନଙ୍କରେ ପୋଲିସ ମୁତୟନ କରାଯାଇଛି । ଆଜି ପୁଣିଥରେ ପ୍ରଶାସନିକ ସ୍ତରରେ ବାରିପଦା ଘରୋଇ ବସ ମାଲିକଙ୍କ ସହ ଆଲୋଚନା ହେବ।
More Stories
ଆଇରନ୍ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ CBI ରେଡ୍।
ଖାକିରେ ଦାଗ, ରକ୍ଷକ ସାଜିଲା ଭକ୍ଷକ ।
ରାଜଧାନୀର ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା ।