ଦାରିଙ୍ଗବାଡି,୯/୪(ସୁଶାନ୍ତ କୁମାର ସାହୁ )
ଦାରିଙ୍ଗବାଡି ପୋଲିସ ପକ୍ଷରୁ ଚଢଉ କରାଯାଇ ୧୪ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୱାଗ୍ନର ଗାଡ଼ି ଜବତ କରାଯାଇଛି । ଏଥି ସହିତ ୨ ଜଣ ଚାଲାଣକାରି ଙ୍କୁ ଗିରଫ କରିଛି ପୋଲିସ। ଗିରଫ ହୋଇଥିବା ୨ ଜଣ ହେଲେ ନୂଆଗାଁ ଥାନା ସିନ୍ଧିପାଙ୍ଗା ଗ୍ରାମର ଆଲୋକ ଦିଗାଲ ଓ ବାଲିଗୁଡା ଥାନା ସିନ୍ଦ୍ରିଗାଁ ଗ୍ରାମର କପିଳାସ ଦିଗାଲ ଦାରିଙ୍ଗବାଡ଼ି ପୋଲିସ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପୋଲିସ ସୂଚନା ପ୍ରକାରେ ସୋମବାର ଦିନ ସାଢେ଼ ୨ ଟା ସମୟରେ ୱାଗ୍ନର ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ର ରୁ ଖବର ପାଇ ନାକା ଗେଟ୍ ପାଖରେ ଏଏସଆଇ ପି ଶ୍ରୀନିବାସ ରାଓ ଙ୍କ ସମେତ ପୋଲିସ ଚଢ଼ଉ କରି ଉକ୍ତ ଗାଡ଼ି କୁ ଜବତ କରିଥିଲେ । ଜବତ ବେଳେ ଗଞ୍ଜେଇ,୨ ମୋବାଇଲ ସହ ଗାଡ଼ି ଜବତ ହୋଇଥିଲା । ଏନେଇ ପୋଲିସ ମାମଲା ନମ୍ୱର ୫୮/୨୪ ରୁଜୁ କରି ଘଟଣାର ଅଧିକ ତଦନ୍ତ ଦାୟିତ୍ୱ ଥିବା ଏସଆଇ ଲକ୍ଷ୍ମୀ ମାଝୀ କରୁଛନ୍ତି ।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।