MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରଣମାଲ ମଣ୍ଡି ପରିସରରେ ଧର୍ମଗଡ ବିଧାୟକଙ୍କୁ ସମ୍ବର୍ଦ୍ଧନା।

ମୋ ଟିଭି ଓଡିଶା / କଳାହାଣ୍ଡି :୨୬/୦୬(ସନତ ପ୍ରଧାନୀ)


ଜୟପାଟଣା ବ୍ଲକ ରଣମାଲ ମଣ୍ଡି ଠାରେ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଧର୍ମଗଡ ନବ ନିର୍ବାଚିତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିଧାୟକ ପହଞ୍ଚିବା ପରେ ତାଙ୍କୁ ଉପଢୌକନ ଦେବା ସହ ପୁଷ୍ପ ଗୁଚ୍ଛ ଦେଇ ମଞ୍ଚକୁ ସ୍ଵାଗତ କରା ଯାଇଥିଲା। ନିରଞ୍ଜନ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ବତନ ମଣ୍ଡଳ ସଭାପତି ତଥା ବିଜେପି ଜିଲ୍ଲା ଉପ ସଭାପତି କୃଷକ ମୋର୍ଚ୍ଚା ନିରଞ୍ଜନ ଛତ୍ରିଆ ସ୍ବାଗତ ଭାଷଣ ଦେଇଥିଲେ।

ବିଧାୟକ ଶ୍ରୀ ପଟ୍ଟଯୋଶୀ ଧର୍ମଗଡ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ହେଲେ, ଓଡ଼ିଶାରେ ଏକ ନମ୍ବର ନିର୍ବାଚନ ମଣ୍ଡଳୀ ହେବା ସହିତ ଅଞ୍ଚଳର ବିକାଶ ତ୍ଵରାନିତ ହେବ ବୋଲି ମତ ପ୍ରକାଶ କରିଥିଲେ। ମଞ୍ଚରେ ବିଜେପି ବାନେର ମଣ୍ଡଳ ସଭାପତି ବିମୁଗ୍ଧ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦମାଝୀ, ଛିଲପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, ବଲାଙ୍ଗୀର ମେକ ଇନ ଇଣ୍ଡିଆ ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଯୁବ ସଂଗଠକ ରମେଶ ବେହେରା, ଘନଶ୍ୟାମ ନାୟକ, ବିଭୂତି ପାଣଗ୍ରାହୀ, ବରିଷ୍ଠ ସାମ୍ବାଦିକ ଜଗମୋହନ ପଟ୍ଟନାୟକ, ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ବିଭିନ୍ନ ସାମାଜିକ ସଂଗଠନ ର ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେରେ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୋଜ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।