ମୋଟିଭି ଓଡ଼ିଶା/ଦାରିଙ୍ଗବାଡି:(ସୁଶାନ୍ତ କୁମାର ସାହୁ):
ଏକ ମାସ ହୋଇଗଲା ହେଲା ଅନ୍ଧାରରେ ଗ୍ରାମବାସୀ । ବାରମ୍ବାର ଅଭିଯୋଗ ପରେ ବି ହେଉ ନାହିଁ ସମଷ୍ୟାର ସମାଧାନ । ଏଭଳି କିଛି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଅନ୍ତର୍ଗତ ଲକଟି ଓ ବାରାଡକ୍ଳିୟୁ ଗ୍ରାମ ଅଞ୍ଚଳରୁ । ଲକଟି ଗ୍ରାମ ଓ ବାରାଡକ୍ଳିୟୁ ଗ୍ରାମ ରେ ୨୫ ଜଣ ବିଦ୍ୟୁତ ଉପଭୋକ୍ତା ରହୁଥିବା ବେଳେ ମେ ମାସ ୨୨ ତାରିଖରେ କାଳ ବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଯାଇ ୪ ଗୋଟି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଥିଲା । ଫଳରେ ଗତ ୨୨ ତାରିଖ ଠାରୁ ବିଦ୍ୟୁତ୍ ସେବା ଠପ ହୋଇଯାଇଛି । ଏନେଇ ଗ୍ରାମବାସି ବାଲିଗୁଡା ଓ ଦାରିଙ୍ଗବାଡି ବିଦ୍ୟୁତ୍ ବିଭାଗ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ ସୁଦ୍ଧା ଏହାର ସମାଧାନ ହୋଇନାହିଁ । ଏଭଳିକି ଲୋକେ ଅନଲାଇନ ମାଧ୍ୟମରେ ମଧ୍ୟ ଅଭିଯୋଗ କରିଥିବା ବେଳେ ବିଦ୍ୟୁତ୍ ଯୋଗାଣରେ କୌଣସି ସୁଧାର ଆସିନାହିଁ । ଫଳରେ ଲୋକେ ଅନ୍ଧାରରେ ଜଙ୍ଗଲ ମଧ୍ୟରେ ଜୀବନ ଯାପନ କରୁଛନ୍ତି । ଲ୍ୟାମ୍ପ ରୁ କିରୋସିନି ମିଳିନଥିବା ଯୋଗୁଁ ମାସେ ହେଲା ମହମ ବତି ଜାଳି ରହୁଛନ୍ତି । ରାତ୍ର ହେବା ପୂର୍ବରୁ ସମସ୍ତେ ଶୋଇପଡିଛନ୍ତି । ଉକ୍ତ ଗାଁ ଗୁଡ଼ିକ ଜଙ୍ଗଲ ମଧ୍ୟରେ ଥିବା ଯୋଗୁଁ ଅନ୍ଧାରରେ ଜଙ୍ଗଲି ଜୀବଜନ୍ତୁ ଙ୍କ ଭୟ ରହିଛି । ଉପଭୋକ୍ତା ମାସେ ହେଲା ଅନ୍ଧାରରେ ରହିଥିଲେ ସୁଦ୍ଧା ବିଭାଗ କୁ କୌଣସି ଫରକ୍ ପଡୁ ନଥିବା ଗ୍ରାମର ଶ୍ରୀମତି ପ୍ରଧାନ, କାକେରା ପ୍ରଧାନ, ମହେନ୍ଦ୍ର ପ୍ରଧାନ, ସେଲୁକା ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ଯଥା ଶୀଘ୍ର ସମାଧାନ ନକରାଗଲେ ଲୋକେ ବାଧ୍ୟ ହୋଇ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗ୍ରାମବାସୀ କହିଛନ୍ତି ।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ