ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଖୋର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ଗୋ ମାଫିଆ।ଗୋମାଫିଆ ମାନେ ଗାଁ ଗହଳିରୁ ନିଜ ନିଜର ଏଜେଣ୍ଟ ମାନଙ୍କୁ ନିୟୋଜିତ କରିଛନ୍ତି। ଏଜେଣ୍ଟ ମାନଙ୍କ ମାଧ୍ୟମରେ ଲୋକ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗୋରୁ କିଣୁଛନ୍ତି। ରାତି ଅଧରେ ମାଫିଆମାନେ ଗୋରୁଗୁଡିକ ଗାଡିରେ ଭର୍ତ୍ତି କରି ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶ ଚାଲାଣ କରୁଛନ୍ତି।ଗୋମାଫିଆ ମାନେ କେତେକ ଅସାଧୁ ପୋଲିସକୁ ହାତ ବାରିସ କରି ଅନାୟାସରେ ସେମାନଙ୍କ ବେପାରକୁ ବେଧଡକ ଭାବରେ ଚଲାଉଛନ୍ତି।

ଗତକାଲି ବିଳମ୍ବିତ ରାତିରେ ନିରାକାରପୁର ଥାନା ଅଧିନସ୍ଥ ଭଗବତୀ ପଡା ଅଂଚଳରୁ ୫ଟି ଗୋରୁ ବୋଝେଇ କରି ଏକ ମାକ୍ସପିକ ଅପ ଭ୍ୟାଳରେ ନେଉଥିବା ବେଳେ ଆଚଂଳିକ ହିନ୍ଦୁ ସଂଗଠନ ସଦସ୍ୟ ମାନେ ସୂଚନା ପାଇ ଜଗିରହିଥିଲେ। ବେଆଇନ ଗୋଚାଲାଣ ବେଳେ ଆଚଂଳିକ ହିନ୍ଦୁ ସଂଗଠନ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। ଗୋରୁଵୋଝେଇ ମାକ୍ସପିକଅପ୍ ଭ୍ୟାନରୁ ୫ଟି ଗୋରୁ ସମେତ ଦୁଇ ଅଭିଯୁକ୍ତ ଧରି ପୋଲିସକୁ ଜିମା ଦେଲେ ହିନ୍ଦୁ ସଂଗଠନ। ପୋଲିସ ଗୋରୁଵୋଝେଇ ଗାଡିଟିକୁ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଉଦ୍ଧାର ଗୋରୁକୁ ଗୋଶାଳାରେ ଛାଡିବା ବ୍ୟବସ୍ଥା କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଥାନା ଅନ୍ତର୍ଗତ ମକୁନ୍ଦପ୍ରସାଦର ଏସ କେ ସାଜିଦ ଓ ସରଧାପୁରୁର ରଫାତ୍। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।