ମୋ ଟିଭି ଓଡିଶା / ଖୋର୍ଦ୍ଧା : ୨୭/୦୬
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ କାଶିପୁର ଗ୍ରାମର ଜଣେ ନାବାଳିକା ୧୭ବର୍ଷ ନିଖୋଜ ଥାନାରେ ଅଭିଯୋଗ ପୋଲିସ ହାତ ଖାଲି। ସୂଚନାରୁ ଜଣାପଡିଛି କାଶିପୁର ଗ୍ରାମର ପୁଷ୍ପାଞ୍ଜଳି ମହାରଣା ବୟସ ୧୭ବର୍ଷ ମଳିପଡା ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ରେ ପାଠ ପଢୁଥିଲେ। ଚଳିତମାସ ୨୨ତାରିଖ ଦିନ ପୁଷ୍ପାଞ୍ଜଳି ବିଦ୍ୟାଳୟ ରୁ ପାଠ ପଢିବାକୁ ଯାଇଥିଲେ ହେଲେ ସେ ଆଉ ଘରକୁ ଫେରିନଥିଲେ। ଝିଅ ଅପରାହ୍ନ ରେ ଘରକୁ ନ ଆସିବାକୁ ପରିବାର ଲୋକେ ବହୁତ ଖୋଜାଖୋଜି କରି ପାଇନଥିଲେ। ଝିଅ ବିଦ୍ୟାଳୟରୁ ପାଠପଢି ଫେରିବା ବେଳେ ତାଙ୍କୁ କେହି ଅପହରଣ କରି ନେଇଥିବା ଝିଅ ର ବାପା ଭୀମସେନ ମହାରଣା ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଚୁପ ବସିଥିବାରୁ ନିଖୋଜ ଝିଅର ପରିବାର ଲୋକେ ପୋଲିସ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଝିଅ କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ପୋଲିସ ନିକଟରେ ନିଖୋଜ ଝିଅର ଭାଇ ନିବେଦନ କରିଛନ୍ତି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ