କଳାହାଣ୍ଡି : ୧୦/୦୪- ମାଟି ମା ଓ ଆଦି ମଣିଷ ର ପରମ୍ପରା କାହିଁ କେତେ କାଳ ରୁ ଚାଲି ଆସିଛି, ମଣିଷ ସମାଜ ଯେତେ ଆଧୁନିକ ଯୁଗରେ ପାଦ ଥାପିଲେ ବି ନିଜର ଆଦିମ ପରମ୍ପରା ସଂସ୍କୃତି କୁ କେବେ ବି ନିଜ ସମାଜ ଠାରୁ ଦୂରେଇ ପାରିନାହିଁ। ବିହନ ଛିନା ପର୍ଵ ହେଉଛି ଚାଷି ଙ୍କ ପାଇଁ କୃଷି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଜର ଦେବାଦେବୀ ଙ୍କ ଠାରେ ଚାଷ ପାଇଁ ବିହନ କୁ ପୂଜାର୍ଚ୍ଚନା କରି ସେହି ବିହନ କୁ ପରବର୍ତ୍ତୀ ସମୟ ରେ ନିଜ ଚାଷଜମି ରେ ବୁଣି ଚାଷ କରିବା ପରମ୍ପରା ର ଏକ ନିଆଁରା ପ୍ରାରମ୍ଭ।
କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ, ଖଲିଗଡ଼ ଗ୍ରାମ ଅଧୀନରେ ୬/୮ ପାଳି ଆଦିବାସୀ ଗ୍ରାମ ରହିଥିବା ବେଳେ ଏଠିକାର ଆଦିବାସୀ ଜଙ୍ଗଲ ଜାତ ଦ୍ରବ୍ଯ ଓ ଚାଷ କରି ଜୀବିକା ନିର୍ବାହ କରନ୍ତି। ମଙ୍ଗଳବାର ଖଲିଗଡ଼ ଅଞ୍ଚଳ ର ଆଦିବାସୀ ମାନେ ସକାଳୁ ବିହନ ଛିନା ଯାତ୍ରା ପାଳନ ଅବସର ରେ ଗାଁ ଠାରୁ ଅଳ୍ପ ଦୂରରେ ଥିବା ବିହନ ଛିନା ପଡ଼ିଆ ଦେବାଦେବୀ ଙ୍କ ଲାଠିକୁର୍ସି ,କାଲିସି ସହ ପହଞ୍ଚିବା ପରେ ଗାଁ ଦିଶାରୀ ଧାରଣୀ ଗୁଡି ଦେବାଦେବୀ ଙ୍କୁ ଶୁକ୍ଳ ଭୋଗ ଓ କୁକୁଡ଼ା,ପାରା ବଳି ଦେଇ ପୂଜାର୍ଚ୍ଚନା କରିବା ପରେ ମାଟି ଘରେ ଥିବା ଅଣ୍ଡା ଆକୃତି ର ଏକ ବଡ଼ ପଥର କୁ ଉଠାଇବା ପରମ୍ପରା ରହିଛି।
ସ୍ଥାନୀୟଭାଷାରେ ଏହି ଗୋଲାକାର ପଥର କୁ ଭିମା ଅଣ୍ଡା ବୋଲି କୁହନ୍ତି। ମାନ୍ୟତା ଅଛି ଯେ ଯେଉଁ ଚାଷି ବିଶ୍ୱାସ ଓ ଶ୍ରଦ୍ଧା ରେ ମାଟି ଦେବତା ଙ୍କ ନାମ ସୁମରଣା କରି ଏହି ପଥର କୁ ଉଠାଇ।ପରିକ୍ରମା କରିବା ତାର ଚାଷ ଭଲ ହେବ ଓ ଯିଏ ଅବିଶ୍ଵାସ କରନ୍ତି ସେହି ଚାଷି ଏହି ଭିମା ଅଣ୍ଡା କୁ ଉଠାଇ ପାରନ୍ତି ନାହିଁ ବୋଳି ଏଠିକାର ଲୋକେ କୁହନ୍ତି। ବିହନ ଛିନା ଯାତ୍ରା ପରିଶେଷରେ ଚାଷୀମାନେ ବିହନ ନେଇ ଖୁସି ମନରେ ଘର କୁ ନାଚିଗାଇ ଫେରିଥାନ୍ତି। ବିହନ ଛିନା ଯାତ୍ରା କୁ ଗ୍ରାମର ଗୋନ୍ତିଆ ଗବ୍ର ମାଝୀ, ଗଣା ଯଦୁ ମହାନନ୍ଦ, ପୁଜକ ମାନସିଂ ପୁଝାରି,ଶିରା ନବେ ମାଝୀ, ଜୟଧର ଚଳାନ,ପଦ୍ମନ ଚଳାନ, ବିରେନ କନ୍ଧ,ତ୍ରିନାଥ ପୁଝାରି, ପୁରୁନ କନ୍ଧ,ସହଦେଵ ମାଝୀ, ଯୁଗଳ ମାଝୀ,ବିନୁ ମାଝୀ, କ୍ଷୀରସିନ୍ଧୁ ମାଝୀ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହି ପାଳନ କରିଛନ୍ତି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ