ଦାରିଙ୍ଗବାଡି,୧୦/୪(ସୁଶାନ୍ତ କୁମାର ସାହୁ)
ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମରେ ସୋମବାର ଦିନ ପଞ୍ଚୁଦଣ୍ଡ ମିଳନରେ ଦଣ୍ଡୁଆଙ୍କ ବାଇକ୍ ଚୋରି ହୋଯାଇଛି । ଏନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଛନ୍ତି ବାଇକ୍ ମାଲିକ।ପୋଲିସ ଏନେଇ ମାମଲା ନମ୍ୱର ୫୯/୨୪ ରୁଜୁ କରି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ସମେତ ଏସଆଇ ଜୀତେନ୍ଦ୍ର ବେହେରା ବୁଧବାର ଦିନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଦେଖିବାକୁ ମିଳିଛି । ଅଭିଯୋଗ ପ୍ରକାରେ ସାରଙ୍ଗଗଡ ଥାନା ଅନ୍ତର୍ଗତ କେଲେମାହା ଦଣ୍ଡ ସିମନବାଡ଼ିରେ ଅଂଶ ଗ୍ରହଣ କରିଥିଲେ। ଏହି ଦଣ୍ଡରେ କେଲେମାହା ଗ୍ରାମର ବାଲୁଙ୍କେସ୍ୱର ବେହେରା ଦଣ୍ଡରେ ଅଂଶ ଗ୍ରହଣ କରିଥିବା ବେଳେ ସେ ତାଙ୍କର ବାଇକ(ଓଡ଼ି ୨୫ ପି ୯୩୪୧)ସାଥିରେ ଆଣିଥିଲେ। ନାଚ ସମୟରେ ମଙ୍ଗଳବାର ଦିନ ଭୋର ସକାଳ ସମୟରେ ଯୁଡ଼ାବାଡ଼ି ଗ୍ରାମରୁ ନିଜର ବାଇକ୍ କେହି ଦୃର୍ବୁତ୍ତ ବାଇକ୍ କୁ ଚୋରି କରି ନେଇ ଯାଇଥିଲେ । ଏହାପରେ ବାଲୁଙ୍କେଶ୍ୱର ବେହେରା ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଚିନ୍ତି ଏନେଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।