ମୋ ଟିଭି ଓଡିଶା / ଖୋର୍ଦ୍ଧା :
ରାଜ୍ୟରେ ନୂଆ ସରକାର ଆସିବା ପରେ ବି ବେଆଇନ ଖଣି ଖନନ ବନ୍ଦ ହେଇନି ବରଂ ପୂର୍ବ ସରକାରଙ୍କ ସମୟ ଠାରୁ ଆହୁରି ଅଧୂକ ସକ୍ରିୟତା ଦେଖୁବାକୁ ମିଳୁଛି ଖଣି ମାଫିଆ ମାନଙ୍କୁ। ଏହାର କାରଣ ସରକାର ବଦଳିଛି କିନ୍ତୁ ବିଭାଗୀୟ କର୍ମଚାରୀ ବଦଳି ନାହାଁନ୍ତି। ପୂର୍ବ ସରକାର ରେ ପୋଲିସ କୁ ହାତ କରି ବେଆଇନ ଖଣି ମାଫିଆମାନେ ଖଣି ଚୋରି କରି ପ୍ରଚୁର ଅର୍ଥ ଉପାର୍ଜନ କରୁଥିଲେ। ଏବେ ବି ତାହା ଦେଖିବାକୁ ମିଳୁଛି। ଉପର ଅଫିସର ଜଗିଲେ ତଳ ଅଫିସର ଚଢାଉ ପୂର୍ବରୁ ଖବର ଦେଇ ଖସେଇ ଦେବା ଖଣି ଚୋରି ରୋକିବା ଚିନ୍ତାର କାରଣ ହୋଇଛି। ଏହାର ଏକ ଜ୍ବଳନ୍ତି ଉଦାହରଣ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ରାମେଶ୍ବର ପଂଚାୟତ ରାଜସ୍ବ ସର୍କଲରେ ଦେଖୁବାକୁ ମିଳିଛି। ଆଜି ନିରାକାରପୁର ଥାନା ଅଧିକାରୀ ଉକ୍ତ ଖଜୁରିଆ ଖଣି ଚଢାଉ ପୂର୍ବରୁ ଥାନାର ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଜେସିବି ଓ ୪ ଜଣ ଖଣି ଚୋର ଙ୍କୁ ପଳେଇ ଯିବା ପାଇଁ ଇରା ଦେଇଥିଲେ। ଧର୍ମ କୁ ଆଖ୍ ଠାର ପରି ଆଇଆଇସି ଘଟଣାସ୍ଥଳରେ ପହଞ୍ଚିବା ପରେ ଏକ ପଥରକଟା ମେସିନ ଧରିଛୁ ବୋଲି କହିଥିଲେ।ପରେ ଏକ ମାମଲା ରୁଜୁ କରି ପାରିବାପଣିଆ ଦେଖାଇଲେ।ଏହି ଭଳି ବର୍ଷ ବର୍ଷ ଧରି ଖଣି ମାଫିଆମାନଙ୍କ ଠାରୁ ଲକ୍ଷଲକ୍ଷ ଅର୍ଥ ଉପାର୍ଜନ କରୁଥିବା ଅସାଧୁ ଅଫିସରଙ୍କ ବିରୁଦ୍ଧରେ ଜିଲ୍ଲା ଆରକ୍ଷୀ ନଜର ରଖୂ ସେମାନଙ୍କ ଜମା ଆକାଉଣ୍ଡ ଯାଞ୍ଚ କଲେ ପ୍ରକୃତ ତଥ୍ୟ ଜଣା ପଡନା ବୋଲି ଅଂଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।