January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ପୁରୀ ଓ ଭୁବନେଶ୍ୱରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ ।

ମୋ ଟିଭି ଓଡିଶା / ଭୁବନେଶ୍ୱର : ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ । ଆଜି ସନ୍ଧ୍ୟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନବହନ୍ଦରରେ ଆସି ପହଞ୍ଚିବେ ରାଷ୍ଟ୍ରପତି । ଏହାପରେ ସେଠାରୁ ସିଧା ରାଜଭବନ ଅଭିମୁଖେ ବାହାରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦାନ କରିବେ । ସେହିପରି ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ 4ଦିନିଆ ଗସ୍ତର କାର୍ଯ୍ୟସୂଚୀ ଉପରେ:

  • ଆଜି ରାଜଭବନରେ ଉତ୍କଳମଣିଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀରେ ସାମିଲ ହେବେ ରାଷ୍ଟ୍ରପତି ।
  • ଆସନ୍ତାକାଲି ପୁରୀ ଗସ୍ତ କରି ରଥଯାତ୍ରାରେ ସାମିଲ ହେବେ।
  • ୮ ତାରିଖ ପ୍ରତ୍ୟୁଷରେ ରାଷ୍ଟ୍ରପତି ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ଓ୍ୱାକ କରିବେ ।
  • ସେହିଦିନ ପୂର୍ବାହ୍ନରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ପରିଦର୍ଶନ କରିବେ ।
  • ବିଭୂତି କାନୁନଗୋ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ ।
  • ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ହରିଡାମଡ଼ା ଡିଭାଇନ ରିଟ୍ରିଟ ସେଣ୍ଟର ବା ‘ଡିଆରସି’ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
  • ୯ ତାରିଖ ପୂର୍ବାହ୍ନରେ ଜଟଣୀ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ନାଇଜର’ର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେବେ ।
  • ସେହିଦିନ ଅପରାହ୍ନରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଖଣ୍ଡଗିରି ଓ ଉଦୟଗିରିରେ ସୁରକ୍ଷା ଯାଞ୍ଚ କରିଛନ୍ତି ପୋଲିସ କମିଶନର। ଆସନ୍ତା ୮ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖଣ୍ଡଗିରି ଓ ଉଦୟଗିରି ବୁଲିବା ନେଇ ଲାଗିଛି କଟକଣା। ଏନେଇ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଜାରି ହେବ ସମୟସୀମା। ପୋଲିସ କମିଶନର ଘଟଣା ସ୍ଥଳ ପରିଦର୍ଶନ ସହ ସୁରକ୍ଷା ତର୍ଜମା କରିଛନ୍ତି । ”ବ୍ଲୁ ବୁକ୍ ସୁରକ୍ଷା ଢାଞ୍ଚାରେ ବନ୍ଦୋବସ୍ତ କରାଯାଉଛି। 8 ତାରିଖ ସକାଳ ଠାରୁ ଅପରାହ୍ନ 2ପର୍ଯ୍ୟନ୍ତ ଖଣ୍ଡଗିରି ଓ ଉଦୟଗିରି ଠାରେ ସର୍ବସାଧାରଣ ବାରଣ ନେଇ କଟକଣା ଜାରି ରହିବ।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନୋ‌ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ଏନେଇ ସେହି ସମୟରେ କୌଣସି ଡ୍ରୋନ ବା ଅନ୍ୟ କୌଣସି ବେଲୁନ ଉଡାଇ ପାରିବେ ନାହିଁ। ଏୟାରପୋର୍ଟ, ବସଷ୍ଟାଣ୍ଡ ଓ ସହରର ବିଭିନ୍ନ ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସେଭଳି କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦୃଷ୍ଟିରେ ରଖି ମଧ୍ୟ ଯାଞ୍ଚ ଜାରି ରହିବା ନେଇ କହିଛନ୍ତି କମିଶନର ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।