ସୋର, ମୁସଲମାନ ମାନଙ୍କର ବଡ଼ ପର୍ବ ଇଦ । ଇଦ ପାଇଁ ଚଳଚଞ୍ଚଳ ହୋଇଛି ସବୁ ମସଜିଦ ଓ ଇଦଗା ପଡିଆ। ଭାଇଚାରାର ସହର ସୋର ରେ ସକାଳୁ ସକାଳୁ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଭିଡ଼ ଦେଖିବାକୁ ମିଳିଥିଲା । ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇଥିଲେ ସଭିଁଏ । ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥ ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ମୁସଲମାନ୍ ସମ୍ପ୍ରଦାୟ ର ଲୋକ ମାନେ ଏକ ମାସ ଉପବାସ ରଖିବା ପରେ ଗତକାଲି ଜହ୍ନ ଦେଖିସାରିବା ପରେ ଆଜି ଇଦୁଲଫିତର୍ ପାଳନ କରିଛନ୍ତି । ଆଜି ସକାଳେ ପ୍ରାୟ ୫ହଜାର ରୁ ଉର୍ଦ୍ଧ୍ବ ମୁସଲମାନ୍ ଭାଇମାନେ ସୋର କୋର୍ଟ ଛକ ସ୍ଥିତ ଇଦ୍ଘା ପଡିଆ ନିକଟରେ ପହଞ୍ଚି ସମୁହ ନମାଜ ପାଠ କରିଥିଲେ । ପରସ୍ପର କୁ ଇଦ ମୁବାରକ୍ ଜଣାଇବା ପରେ କାଜି ମହଲା ଏବଂ ପଠାଣ ମହଲା ମସ୍ଜିଦ୍ ରେ ନମାଜ ପାଠ କରାଯାଇଥିଲା ।
ଏହି ଅବସରରେ ସୋର ବିଜେଡି ବିଧାୟକ ପାର୍ଥି ମାଧବ ଧଡ଼ା ଓ କଂଗ୍ରେସର ବିଧାୟକ ଆଶାୟୀ ସୁବ୍ରତ ଧଡ଼ା ଇଦ୍ଘା ପଡିଆ ନିକଟରେ ପହଞ୍ଚି ମୁସଲମାନ୍ ଭାଇମାନଙ୍କୁ ଇଦୁଲଫିତର୍ ର ଶୁଭେଚ୍ଛା ଜଣାଇଥିଲେ । ସଦର ଏସ୍ଡ଼ିପିଓ ଶଶାଙ୍କ ଶେଖର ବେଉରା ଓ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ