MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗଡଖାରଦରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ।


ମୋ ଟିଭି ଓଡିଶା / କଣାସ :

ଆଜି ଶ୍ରୀଗୁଣ୍ଡିଚା ରଥଯାତ୍ରା। ମହାପ୍ରଭୁ କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀଶ୍ରୀ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା। ପୁରୀ ଜିଲ୍ଲା କଣାସ ଅଧିନସ୍ଥ ଗଡଖାରଦ ଠାରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ଠାରେ ମହାଆଡମ୍ବରରେ ଜଗତରନାଥ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇଛି।

ମହାପ୍ରଭୁ ଜଗନ୍ନାଥ ଶ୍ରୀ ମନ୍ଦିର ରୁ ବାହାରି ରଥାରୁଢ ହୋଇ ମାଉସୀ ମା ମନ୍ଦିରକୁ ଯିବେ। ମାଉସୀ ମା ମନ୍ଦିରରେ ୯ଦିନ ଧରି ରହି ଳିଳାଖେଳା କରି ବାହୁଡା ଦିନ ପ୍ରତ୍ୟାବର୍ତ୍ତନ କରିବେ। ଶ୍ରୀଗୁଣ୍ଡିଚା ଦିନ ଠାକୁରଙ୍କ ନିତିକାନ୍ତି ପରେ ମହାପ୍ରଭୁ ରଥାରୁଢ ହେବେ। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ହେବ ରଥରେ ଛେରାପହଁରା ହେବ।ମହାପ୍ରଭୁଙ୍କ ସମସ୍ତ ନିତିକାନ୍ତି ସରିବା ପରେ ରଥ ଟଣାହୋଇଛି। ଶହଶହ ପୁରୁଷ ଓ ମହିଳା ଭକ୍ତଙ୍କ ଗହଣରେ ରଥ ଟଣା ହୋଇଛି।


ପବିତ୍ର ଶ୍ରୀଗୁଣ୍ଡିଚା ରଥ ଯାତ୍ରା ଅବସରରେ ଗଡଖାରଦ ତଥା ଏହାର ଆଖପାଖ ଅଂଚଳର ମୂରବି ଶ୍ରେଣୀୟ ବ୍ୟକ୍ତି ଆଗ୍ରହୀ ଯୁବକ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁ ରୂପେଏ ସମ୍ପାଦନ କରିଥିବା ବେଳେ ମନ୍ଦିର ପରିଚାଳନା କମିଟିର ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଜଣାପଡିଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।