MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଧାରେ ଅଟକିଲେ ତିନି ଠାକୁର, ଆଜି ପୁଣି ରଥଟଣା

 ମୋ ଟିଭି ଓଡିଶା / ପୁରୀ :

ଜନ୍ମବେଦୀକୁ ଯିବାକୁ ବ୍ୟାକୁଳ ଦାରୁବ୍ରହ୍ମ । ସନ୍ଧ୍ୟା ହୋଇଯିବାରୁ ଗତକାଲି ତିନି ଦିଅଁଙ୍କ ରଥ ଅଧାରେ ଅଟକିଥିବା ବେଳେ ଆଜିଠୁ ପୁଣି ଆରମ୍ଭ ହେବ ରଥଟଣା ।  ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବା ବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଅଟକିଛି । ସେପଟେ ସିଂହଦ୍ବାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକିଛି ନନ୍ଦିଘୋଷ । ତେବେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାତି ତମାମ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଝଲସିଲା ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଜନସମୁଦ୍ର ପାଲଟିଲା ଶ୍ରୀକ୍ଷେତ୍ର । ଘଣ୍ଟଘଣ୍ଟା, ମୃଦଙ୍ଗ ଆଦି ବାଦ୍ୟ ଓ ହୁଳହୁଳିରେ କମ୍ପିଲା ବଡ଼ଦାଣ୍ଡ । ସଭିଙ୍କ ମୁଖରେ ଆଜି ଦେଖିବାକୁ ମିଳିଲା ଅପୂର୍ବ ଏକ ଆନନ୍ଦ । ସକାଳୁ ସକାଳୁ ସେହି ଅପୂର୍ବ ମୁହୂର୍ତ୍ତର ସାକ୍ଷୀ ହେବା ଲାଗି ବଡ଼ଦାଣ୍ଡରେ ପହଞ୍ଚିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି । ଜଣକ ପରେ ଜଣେ ପହଣ୍ଡିରେ ଆସି ରଥାରୂଢ ହୋଇଥିଲେ ।

ଚଳିତ ବର୍ଷ ବିରଳ ରଥଯାତ୍ରା ଅନୁଷ୍ଠିତ ହୋଇଛି । 2 ଦିନ ଧରି ଚାଲିବ ରଥଯାତ୍ରା । ପ୍ରଥମ ଦିନରେ ଅଧାବାଟ ରଥା ଟଣା ହୋଇଥିବା ବେଳେ ଦ୍ୱିତୀୟ ଦିନ ଅର୍ଥାତ୍ ଆଜି ପୁଣି ରଥଟଣା ଆରମ୍ଭ ହେବ । ମହାମହିମ ରାଷ୍ଟ୍ରପତି ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ । ସେହିପରି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।