ମୋ ଟିଭି ଓଡିଶା / ସୋର : ୦୯/୦୭/୨୦୨୪
ଗୁଳି ଫୁଟାଇ ନେଇ ଗଲେ 12 ଲକ୍ଷ ଟଙ୍କା l ଗୁଳି ବାଜି ଜଣେ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି l ଖଇରା ଥାନା ଅନ୍ତର୍ଗତ କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପର ଦୁଇ କର୍ମଚାରି ଅଜୟ ମହାପାତ୍ର ଓ ବିଷ୍ନୁପଦ ମହାପାତ୍ର ଏକ ବାଇକରେ 12 ଲକ୍ଷ ଟଙ୍କା ନେଇ ବର୍ତନା ସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଜମା କରିବା ଯାଉଥିବା ବେଳେ ବ୍ୟାଙ୍କ ଫାଟକ ନିକଟରେ ଦୁଇଟି ପଲସର ଗାଡିରେ 4 ଜଣ ଦୃବୁର୍ତ୍ତ ଟଙ୍କା ବ୍ୟାଗକୁ ଛଡାଇ ଥିଲେ କିଛି ସମୟ ଧରି ଲୁଟେରା ଓ କର୍ମଚାରିଙ୍କ ମଧ୍ୟରେ ଲଢେଇ ହୋଇଥିଲା ଶେଷରେ ଲୁଟେରା ମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ l ପ୍ରଥମ ଟି ବିଷ୍ଣୁଙ୍କ କାନ୍ଧ ଦେଇ ପଳେଇ ଯାଇଥିବା ବେଳେ ଦ୍ୱିତୀୟ ଟି ବିଷ୍ଣୁ ଗୋଡ଼ରେ ବାଜିଥିଲା l ଲୁଟେରା ମାନେ ଟଙ୍କା ବ୍ୟାଗ ନେଇ ଆଗରପଡା ଆଡ଼କୁ ଫେରାର ହୋଇଯାଇଥିଲେ l ଅଂଚଳ ଲୋକ ମାନେ ଭୟଭିତ ଥିବା ବେଳେ ଖଇରା ପୋଲିସ ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି l
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।