ମୋ ଟିଭି ଓଡିଶା / ଖୋର୍ଦ୍ଧା : ୧୧/୦୭ :
ଖଣିପାଇଁ ଆଦିବାସୀ ମାନଙ୍କ ଜିବନ ଜିବିକା ପିପନ୍ନ ଦଳିତ ଆଦିବାସୀ ସୁରକ୍ଷା ମଂଚ ଓ ଖୋର୍ଦ୍ଧା ଜିଲ୍ଲା ଶବର ସଂଘ ପକ୍ଷରୁ ସରକାର ଏବଂ ପ୍ରଶାସନ ଆଦିବାସୀଙ୍କୁ ପ୍ରତାରଣା କରିଥିବା ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ। ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଓଳସିଂହ ଗ୍ରାମପଞ୍ଚାୟତ ଆଦିବାସୀ ପରିବାର ଭୂମିହୀନ ହେତୁ ବର୍ଷ ବର୍ଷ ଧରି ନୟାକୋଟ ମୈ।ଜା ଖାତା ନଂ୨୮୩, ପ୍ଲଟ ନଂ ୪୨୪, ଖାତା ନଂ୨୯୩, ପ୍ଲଟ ନଂ ୪୪୦ରେ ଭୋଗଦଖଲ କରି ଗଛପତ୍ର ଲଗାଇ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ସରକାର ୧୯୯୧ ମସିହାରେ ଉକ୍ତ ଯାଗା ପ୍ଲଟ ପଟା ପ୍ରଦାନ କରିଥିଲେ। ହେଲେ ପଟା ମିଳିବାର ୩୨ବର୍ଷ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଜମି ଚିହ୍ନଟ କରି ଦଖଲ ଦେଇନଥିବାରୁ ଆଦିବାସୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଓଡିଶା ଆଦିବାସୀ ମହାସଂଘ ପକ୍ଷରୁ ମାନ୍ୟବର ନ୍ୟାୟାଳୟରେ ବିଚାରାଧୀନ ଅଛି। ଉକ୍ତ ପ୍ଲଟ କୋର୍ଟରେ ବିଚାରାଧୀନ ଥିବା ବେଳୃ ପ୍ଲଟନଂ ୪୪୦ ଖାତା ନଂ ୨୯୩ରେ ଖଣି ଖନନ ନିମନ୍ତେ ଖଣି ଲିଜ ଦିଆ ଯିବାରୁ ଆଦିବାସୀ ମାନେ ଅସନ୍ତୋଷ ବ୍ୟକ୍ତ କରି ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ଆଜି ଆଦିବାସୀ ଦାସ ମୋ ଅଧ୍ୟକ୍ଷ ବିଦ୍ୟାଧର ଦେହୁରିଙ୍କ ନେତୃତ୍ବରେ ପ୍ରାୟ ଶତାଧିକ ଆଦିବାସୀ ମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କ ର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ଅରିଛନ୍ତି।ଦାବି ପୁରଣ ନହେଲେ ସାରା ଓଡ଼ିଶାର ଆଦିବାସୀ ମାନେ ରାଜରାସ୍ତା କୁ ଓହ୍ଲାଇ ବାକୁ ଚେତାବନୀ ଦେଇଛନ୍ତି ଏବଂ ମୂଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।