January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଜି ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ନୀଳାଦ୍ରି ବିଜେ।

 ମୋ ଟିଭି ଓଡିଶା / ପୁରୀ :

ଆଜି ନୀଳକନ୍ଦରକୁ ବାହୁଡ଼ିବେ ନୀଳାଦ୍ରିପତି । ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମହାପ୍ରଭୁ କରିବେ ମାନଭଞ୍ଜନ । ଆଜି ଦାରୁଦିଅଁଙ୍କ ନୀଳାଦ୍ରି ବିଜେ । ଜନ୍ମବେଦୀରୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତି ନୀଳକନ୍ଦରକୁ ବାହୁଡିବେ । ସ୍ନାନଯାତ୍ରାରୁ ଛାଡ଼ିଥିବା ରତ୍ନ ସିଂହାସନରେ ଆଜି ପୁନଃ ଅବସ୍ଥାପିତ ହେବେ ମହାପ୍ରଭୁ ଜଗନ୍ନାଥ, ବଡ ଠାକୁର ଊଳଭଦ୍ର ଓ ଦେବୀ ସୁଭଦ୍ରା । ରଥରୁ ଗୋଟି ପହଣ୍ଡିରେ ଓହ୍ଲାଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଏକାଦଶୀରେ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ଆଜି ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ଏହା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ।

ନୀଳାଦ୍ରି ବିଜେ ନୀତି କିଭଳି ଶୃଙ୍ଖଳିତ ହୋଇ ପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ଆଜି ଅପରାହ୍ନ 4ଟାରୁ ପହଣ୍ଡି ବିଜେ ଆରମ୍ଭ ହେବ । ଗୋଟି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ତିନି ଠାକୁର ପୁଣି ରତ୍ନସିଂହାସନରେ ଅବସ୍ଥାନ କରିବେ । ଆସନ୍ତାକାଲିଠୁ ପୁଣି ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଚହଳି ଆରମ୍ଭ ହୋଇଯିବ । ଏହାପରେ ନୀଳାଚଳ ଅବଢା ପାଇବେ ଭକ୍ତ ।

ବର୍ଷକୁ ଥରେ ମାନେ ନୀଳାଦ୍ରି ବିଜେରେ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହୋଇଥାଏ । ଶ୍ରଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି । ରଥଯାତ୍ରାରେ ସାଥିରେ ନେଇନଥିବାରୁ ଜଗନ୍ନାଥଙ୍କ ଉପରେ ରାଗିଛନ୍ତି ଅଭିମାନିନୀ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ତେଣୁ କାଳିଆ ଠାକୁର ଆଜି ଶ୍ରୀମନ୍ଦିରକୁ ପ୍ରବେଶ ସମୟରେ ବାଟ ଓଗାଳିବେ ମା ଲକ୍ଷ୍ମୀ । ଏହାପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ପରେ ରତ୍ନବେଦୀକୁ ବିଜେ କରିବେ ମହାପ୍ରଭୁ ।

ରଥଯାତ୍ରାରେ ନୀଳକନ୍ଦରରୁ ବାହାରି ଭକ୍ତଙ୍କୁ ବଡଦାଣ୍ଡରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିଲା । କାଳିଆକୁ ପାଖରେ ପାଇ କୃତ୍ୟ କୃତ୍ୟ ହୋଇଥିଲେ ଭକ୍ତ । ଦୁଇ ଦିନ ଧରି ରଥାରୁଢ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ନୀଳକନ୍ଦରକୁ ଫେରିବେ । ଆଜି ସନ୍ଧ୍ୟା ଧୂପ, ଚାରମାଳ ବନ୍ଧାହେବା ପରେ ଭକ୍ତଙ୍କୁ କିଛି ସମୟ ପାଇଁ ବଡଦାଣ୍ଡରେ ଦର୍ଶନ ଦେବେ ମହାବାହୁ । ପରେ ବିଜେ କାହାଳି ବାଜେ ଓ ଡୋରଲାଗି ନୀତି ଅନୁଷ୍ଠିତ ହେବ । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରିବେ । ପରେ ଗୋଟି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ଶ୍ରୀବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରିବେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।