ମୋ ଟିଭି ଓଡିଶା / ଭୁବନେଶ୍ୱର :
ଆଜିଠୁ ଆରମ୍ଭ ବଜେଟ୍ ଅଧିବେଶନ | ବିଧାନସଭା ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ବିରୋଧୀ ବିଜେଡି କକ୍ଷତ୍ୟାଗ କରିଛି। ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ଓ ମୋ ଦଳ ଅତି ଦୁଃଖିତ, କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି, ଯିଏ କି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ଯାଇଛି।
ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଏହି ଘଟଣା ତାଙ୍କୁ ଓ ତାଙ୍କ ଦଳକୁ ବ୍ୟଥିତ କରିଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଗୃହ ବାହାରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ସେ ହିଂସା ଆଚରଣ କରିଥିବା ଅଭିଯୋଗ ରହିଛି । ଏହି ଘଟଣା ଚକିତ କରିଛି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଗଲାଣି । ମୋ ସରକାର ଥିବାବେଳେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ସେ ମନ୍ତ୍ରୀ ହୁଅନ୍ତୁ କି ବିଧାୟକ କିମ୍ବା ସାଂସଦ କେହି ଆଇନ ଭାଙ୍ଗିଲେ ତୁରନ୍ତ ଆକ୍ସନ ହେଉଥିଲା । ରାଜ୍ୟ ସରକାର ଆଇନ ଅନୁସାରେ କାର୍ଯ୍ୟ କରିବା ଉଚିତ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।