ରାସ୍ତାରେ ଚାଲିଗଲେ ଲାଗୁଛି ଏ ରାସ୍ତା ନୁହେଁ କାଦୁଅ ଵିଲ
ମୋଟିଭି ଓଡ଼ିଶା,ଦାରିଙ୍ଗବାଡି:୨୩/୭(ସୁଶାନ୍ତ କୁମାର ସାହୁ)
କେନ୍ଦ୍ର ସରକାରଙ୍କ ନାରା ପ୍ରତେକ ପଞ୍ଚାୟତକୁ ସୁଶାସନ ପହଁଚିଛି ୨୦୧୪ ମସିହା ଠାରୁ ସଶକ୍ତ କରିବା ପାଇଁ ପଦକ୍ଷପ ମାନ ଗ୍ରହଣ କରାଯାଉଛି । ଯାହାରି ଫଳରେ ଆଜି ଏହାର ପରିନାମ ଦୁଷ୍ଟିଗୋଚର ହେବାରେ ଲାଗିଛି ଆଜି ପ୍ରତେକ ଗ୍ରାମପଞ୍ଚାୟତ ଗୁଡିକ ବିକାଶର ଜୀବନ ରେଖା ଭାବେ ଉଭା ହୋଇଛି । ଯେପରି ସୁବିଧା ସୁଯୋଗ ସ୍ତର ଦୃଷ୍ଟିରୁ ସହର ଓ ଗ୍ରାମାଞ୍ଚଳଏକ ଓ ଅଭିର୍ନ ରହିବ । ହେଲେ ଗରିବ, ଦଳିତ, ଅନଗ୍ରସର, ଆଦିବାସୀ ସାଧାରଣ ଶ୍ରେଣୀ, ମଧ୍ୟବିତ ପ୍ରତେକ ବର୍ଗର ଲୋକଙ୍କ ପାଇଁ ଯେଉଁ ସବୁ ବିକାଶ ହୋଇଛି ତାହା ବୁଡ଼ାଗୁଡା ମୁଖ୍ୟ ବଜାର ରାସ୍ତକୁ ଦେଖିଲେ ଲାଗୁଛି ଏଠି ଯେମିତି ସବୁଆଲଗା l

ଏହି ରାସ୍ତା ଦେଇ ପ୍ରତେକ ଦିନ ଶହ ଶହ ଗାଡି ମୋଟର ଯାତାୟତ କରୁଥିବା ବେଳେ ହଜାର ହଜାର ଲୋକେ ଚାଲିକି ଯାତାୟତ କରୁଛନ୍ତି ହେଲେ ଏହା ଉପରେ ଯେମିତି କାହାର ନଜର ପଡୁନି l ସ୍ଥାନୀୟ ବାସିନ୍ଦା ବାରମ୍ବାର ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କୁ ଅଭିଯୋଗ କଲାପରେବି ସରପଞ୍ଚ ସବୁ ଜାଣି ଶୁଣି ନିଜେ ଦେଖି କିଛି କରି ପାରୁନାହାନ୍ତି ।

ବଜାରଗୃହ ରାସ୍ତାର ଅବବସ୍ଥା କିଭଳି ଅଛି ଦେଖୁଛନ୍ତି ସରପଞ୍ଚ
ଏଭଳି ପରିସ୍ଥିରେ ଏହି ରାସ୍ତା ଦେଇ କୁନି କୁନି ପିଲା ମାନେ ବିଦ୍ୟାଳୟ କୁ ଯିବାସହ ବହୁ ଦୂର ଦୁରାନ୍ତରୁ ରୋଗୀ ମାନେ ମେଡିକାଲ ଆସୁଛନ୍ତି l ଏହି ବଜାର ଉପରେ ରହିଛି ମେଡ଼ିସିନ ଷ୍ଟୋର, ଜଳଖିଆ ଦୋକାନ, ଏମିତି ଅନେକ ଦୋକାନ ରହିଥିବା ବେଳେ ରାସ୍ତାର ଅବସ୍ଥା ଦେଖି କିଛି ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଏନେଇ ସ୍ଥାନୀୟ ବାସିନ୍ଦା ଗୁଣାକାର ପାତ୍ର, କଳାମଣି ପାତ୍ର , ରାମଚନ୍ଦ୍ର ଦଣ୍ଡସେନା ଏବଂ ବ୍ୟବସାୟୀ ମାନେ ବହୁବାର ପଞ୍ଚାୟତ ରେ ଦାବି କରୁଥିଲେ ମଧ୍ୟ କିଛି ସୁଫଳ ହେଉ ନଥିବା ଦେଖିବାକୁ ମିଳୁଛି । ତୁରନ୍ତ ଏହି ବଜାର ଗୃହ ମୁଖ୍ୟ ରାସ୍ତା ଭଲ ଭାବରେ ନିର୍ମାଣ କରା ନଗଲେ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ନିଆର ପ୍ରତିବାଦ କରିବେ ବୋଲି କହିଛନ୍ତି, ବୁଲୁ ସାହୁ, ନିର ପାତ୍ର, ପିଣ୍ଟୁ ପଣ୍ଡା, ବସନ୍ତ ସେଠୀ ସମେତ ଗ୍ରାମବାସୀ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।