MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

Union Budget 2024-25: କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା ।

କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା । ବିହାର ଓ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ପ୍ୟାକେଜ ଦେଲେ । ୫ଟି ରାଜ୍ୟ ପାଇଁ ବନ୍ୟା ନିୟନ୍ତ୍ରଣ ସହାୟତା ଘୋଷଣା କଲେ । ହେଲେ ଏହି ଦୁଇଟିଯାକ ସହୟତାରୁ ବାଦ୍ ପଡିଛି ଓଡ଼ିଶା । ଓଲଟା ବଜେଟରେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ସମର୍ଥନ ଦେଇ ଓଡ଼ିଶାକୁ ଶକ୍ତ ଧକ୍କା ଦେଇଛନ୍ତି ମୋଦି ସରକାର ।

ମୋ ଟିଭି ଓଡିଶା / ନୂଆଦିଲ୍ଲୀ :

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି (ମଙ୍ଗଳବାର) ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ତୃତୀୟ ପାଳିର ଏହି ପ୍ରଥମ ବଜେଟରୁ ଓଡ଼ିଶାକୁ ବଡ଼ ଆଶା ଥିଲା । ପ୍ରଥମ ଥର ଓଡ଼ିଶାରେ ବିଜେପି ସରକାର ଗଠନ କରିଥିବାରୁ ବଜେଟରେ ମଧ୍ୟ ରାଜ୍ୟର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜର ଆଶା ରଖାଯାଉଥିଲା । କିନ୍ତୁ ଓଡ଼ିଶାକୁ ନିରାଶ କରିଛନ୍ତି ମୋଦି ସରକାର । ଆନ୍ଧ୍ରପ୍ରଦେଶ ଓ ବିହାର ପାଇଁ ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ । ବଜେଟରେ ବିହାରରେ ଏୟାରପୋର୍ଟ ଓ ମେଡିକାଲ କଲେଜର ବିକାଶ ପାଇଁ ଅନୁଦାନ ମିଳିବ । ସଡକ ନିର୍ମାଣ ପାଇଁ ୨୬ ହଜାର କୋଟି ଆର୍ଥିକ ସହୟତା ପ୍ରଦାନ କରାଯିବ । ସେହିପରି ଆନ୍ଧ୍ରପ୍ରଦେଶର ବିକାଶ ଲାଗି ୧୫ ହଜାର କୋଟି ମିଳିବା ନେଇ ଘୋଷଣା ହୋଇଛି । ହେଲେ ଓଡ଼ିଶା ଏଥିରୁ ବାଦ୍ ପଡିଛି । ୪ଟି ରାଜ୍ୟ ପାଇଁ ଘୋଷଣା ହୋଇଥିବା ବନ୍ୟା ସହାୟତାରେ ମଧ୍ୟ ଓଡ଼ିଶାର ନାଁ ନାହିଁ l

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଉପରେ ଭରସା କରିଥିଲେ ଓଡ଼ିଶାବାସୀ । ବିଧାନସଭାରେ ସ୍ପଷ୍ଟ ବହୁମତ ଦେଇଥିବାବେଳେ ୨୧ ଲୋକସଭା ଆସନରୁ ୨୦ଟି ଆସନରେ ବିଜୟୀ କରାଇଥିଲେ । ରାଜ୍ୟରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଠନ ହୋଇଥିବାବେଳେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟରୁ ଅନେକ କିଛି ଆଶା କରିଥିଲା ଓଡ଼ିଶା । ବିକଶିତ ଓଡ଼ିଶା ଗଠନ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ମିଳିବାର ଆଶା ରଖାଯାଉଥିଲା । ହେଲେ ବଜେଟରେ ସେଭଳି କିଛି ଘୋଷଣା ହୋଇନି । ଆନ୍ଧ୍ର ଓ ବିହାରର ବିକାଶ ପାଇଁ ମୋଦି ସରକାର ଟଙ୍କା ବର୍ଷା କରିଥିବାବଳେ ପର୍ଯ୍ୟଟନ ବିକାଶ ନାଁରେ ଓଡ଼ିଶାକୁ କେବଳ ଲଲିପପ୍ ଧରାଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଦେବସ୍ଥଳୀ, ବନ୍ୟପ୍ରାଣୀ ଅଭୟାରଣ୍ୟ, ବେଳାଭୂମିର ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦିଆଯିବ ।

ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ବିହାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଥିଲେ । ହେଲେ କୌଣସି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମିଳିବ ନାହିଁ ବୋଲି ମନା କରିଥିଲେ କେନ୍ଦ୍ର ସରକାର । କିନ୍ତୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନଦେଇ ମଧ୍ୟ ଏନଡିଏ ସରକାର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଆନ୍ଧ୍ର ଓ ଛତିଶଗଡକୁ ମୋଦି ସରକାର ବଜେଟରେ ଖୁସି କରିଦେଇଛନ୍ତି । ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ବିହାରର ବୋଧଗୟା, ବୈଶାଳୀ ଓ ଦରଭଙ୍ଗାଠାରେ ସଡକ ସଂଯୋଗ ପ୍ରକଳ୍ପର ବିକାଶ କରାଯିବ । ସଡକ ନିର୍ମାଣ ପାଇଁ ୨୬ ହଜାର କୋଟି ଟଙ୍କା ଆର୍ଥିକ ସହୟତା ପ୍ରଦାନ କରାଯିବ । ସେହିପରି ଆନ୍ଧ୍ରପ୍ରଦେଶକୁ ମଧ୍ୟ ୧୫ ହଜାର କୋଟି ଟଙ୍କାର ଉପହାର ଦେଇଛନ୍ତି । ରାଜଧାନୀ ଅମରାବତୀର ବିକାଶ ପାଇଁ ୧୫ ହଜାର କୋଟି ଟଙ୍କା ଦିଆଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ରାଜ୍ୟର ପୁଞ୍ଜି ଆବଶ୍ୟକତକୁ ବୁଝି ବହୁପାକ୍ଷୀୟ ଏଜେନ୍ସି ମାଧ୍ୟମରେ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଏହାସହିତ ବିବାଦୀୟ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପୋଲାଭରମକୁ ନେଇ ଦୀର୍ଘ ବର୍ଷ ହେଲା ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଜାରି ରହିଛି । ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାର ଦୁଇଟି ଜିଲ୍ଲା ମାଲକାନଗିରି ଓ ଗଜପତି ଅଧିକ ପ୍ରଭାବିତ ହେଉଛନ୍ତି । ଏହାକୁ ନେଇ ଓଡ଼ିଶା ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିବାବେଳେ କେନ୍ଦ୍ର ସରକାର ଆନ୍ଧ୍ରର ଏହି ପ୍ରକଳ୍ପକୁ ସମର୍ଥନ କରି ଓଡ଼ିଶାକୁ ଶକ୍ତ ଝଟକା ଦେଇଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।