January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରେଳ ବଜେଟରେ ରାଜ୍ୟକୁ ମିଳିଛି ୧୦ ହଜାର ୫୮୬ କୋଟି

ମୋ ଟିଭି ଓଡିଶା / ଭୁବନେଶ୍ୱର :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିନ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ଓଡ଼ିଶା ପାଇଁ ୧୦,୫୮୬ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୟୁପିଏସ ସରକାର ସମୟରେ ମିଳୁଥିବା ବଜେଟ୍‌ ତୁଳନାରେ ୨୦୨୪ ବଜେଟରେ ମିଳିଥିବା ଏହି ଅନୁଦାନ ୧୨ ଗୁଣ ଅଧିକ ହେବ। ସେ କହିଛନ୍ତି, ୟୁପିଏ ସମୟରେ ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ଟଙ୍କା ରେଳ ଅନୁଦାନ ମିଳୁଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ଏବେ ୪୦ଟି ବଡ଼ ରେଳ ପ୍ରକଳ୍ପର ନିର୍ମାଣ କାମ ଚାଲିଛି। ଏହି ପ୍ରକଳ୍ପଗୁଡ଼ିକରେ ନୂଆ ରେଳଲାଇନ୍‌, ଷ୍ଟେସନର କୋଠା ନିର୍ମାଣ ସହ ଅନ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି। ୪୦ଟି ପ୍ରକଳ୍ପର ନିର୍ମାଣରେ ୫୪,୪୩୪ କୋଟି ଟଙ୍କା ଖର୍ଚ୍ଚ ହେଉଛି। ରାଜ୍ୟର ଟ୍ରେନ୍‌ଲାଇନ୍‌ଗୁଡ଼ିକ ୧୦୦ ପ୍ରତିଶତ ବିଦ୍ୟୁତକରଣ ହୋଇପାରିଛି।

ରେଳ ବଜେଟ… ମୋ ଟିଭି ଓଡିଶା

ରେଳମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ୫୯ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି। ଏଗୁଡ଼ିକ ହେଲା ବିମଳାଗଡ଼, ରାଇରଂଗପୁର, ପାନପୋଷ, ବାଲେଶ୍ବର, ବେତନଟୀ, ସମ୍ବଲପୁରସିଟି, ଝାରସୁଗୁଡ଼ାରୋଡ, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ତାଳଚେର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ଼, ଭଦ୍ରକ, ବେଲପାହାଡ଼, ବ୍ରଜରାଜନଗର, ଅନୁଗୁଳ, ବାଦାମପାହାଡ଼ , ବରପାଲି, ବେଲପାହାଡ଼, ବ୍ରହ୍ମପୁର, ଛତ୍ରପୁର, ହରିଶଙ୍କରରୋଡ, ଯାଜପୁର-କେନ୍ଦୁଝର ରୋଡ, ଝାରସୁଗୁଡ଼ା, କଣ୍ଟାବାଞ୍ଜି, କେସିଙ୍ଗା, ଲିଙଗରାଜରୋଡ଼ , ପାନପୋଷ, ସାକ୍ଷୀଗୋପାଳ, ସମ୍ବଲପୁର, ଟିଟିଲାଗଡ଼, ଢେଙ୍କାନାଳ, ରେଢ଼ା‌ଖୋଲ ପ୍ରମୁଖ। ରାଜ୍ୟରେ ୨୦୧୪ ପରଠାରୁ ୪୨୭ଟି ଫ୍ଲାଏଓଭର ଓ ଅଣ୍ଡରପାସ୍‌ ନିର୍ମାଣ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।