MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିରୋଧୀ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ; ବିଧାନସଭା ୪ଟା ଯାଏଁ ମୁଲତବି

ମୋ ଟିଭି ଓଡିଶା / ଭୁବନେଶ୍ୱର :

ତିନି ଦିନ ପରେ କିଛି ସମୟ ପାଇଁ ବିଧାନସଭା ସ୍ବାଭାବିକ ହୋଇଥିଲା। ପ୍ରଶ୍ନକାଳ ସ୍ବାଭାବିକ ଭାବରେ ଚାଲିଥିବା ବେଳେ ଶୂନ୍ୟ କାଳରେ ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି | ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ତାଙ୍କକୁ ଘେରିଥିଲେ।  

ବିଧାନସଭାର ଚତୁର୍ଥ ଦିନରେ ସୁରୁଖୁରୁରେ ପ୍ରଶ୍ନକାଳ ଚାଲିବା ପରେ ଶୂନ୍ୟକାଳରେ ବିରାଧୀଙ୍କ ହଙ୍ଗାମା । ଗୃହରେ ବିରୋଧୀ ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି । ଶୂନ୍ୟକାଳରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଗୃହରେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ସହାୟତା ଦେବା ନେଇ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା । ଏହି ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ବୋଲି ଅଭିଯୋଗ କରିଛନ୍ତି ରାମଚନ୍ଦ୍ର କାଡାମ । ପୋଲାଭରମ ପ୍ରକଳ୍ପକୁ ନେଇ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି ବିଧାୟକ ତାରା ବାହିନୀପତି । ହୋହାଲ୍ଲା କରିବା ପରେ ବାଚସ୍ପତିଙ୍କ ମାଇକ୍‍ ଟାଣି ଦେଇଥିଲେ ତାରା ବାହିନୀପତି । ବାଚସ୍ପତି ଗୃହକୁ ପ୍ରଥମେ ୧୫ମିନିଟ ଏବଂ ପରେ ୪ଟା ଯାଏଁ ମୁଲତବୀ ରଖିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।