MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦାରିଙ୍ଗବାଡ଼ି ସାଞ୍ଜାସୋରୁ ଉନ୍ନୟନ କମିଟି ବୈଠକ ।


ହିଲଭିୟୁ ପର୍ଯ୍ୟଟନ ସ୍ଥଳୀ ସମେତ ଅନେକ ସ୍ଥାନ ହେବ ବିକାଶ


ମୋଟିଭି ଓଡ଼ିଶା,ଦାରିଙ୍ଗବାଡ଼ି ୨୬/୭(ସୁଶାନ୍ତ କୁମାର ସାହୁ)


ଦାରିଙ୍ଗବାଡ଼ି ସାଞ୍ଜାସୋରୁ ଉନ୍ନୟନ କମିଟି ବୈଠକ ବାଲିଗୁଡ଼ା ଉପଜିଲ୍ଲାପାଳ ରିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପ ଜିଲ୍ଲାପାଳଙ୍କ ସହିତ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,ବିଡିଓ ଗଦାଧର ପାତ୍ର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ, ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ,ବଣିକ ସଂଘ ସଭାପତି ଲଡ଼ୁ କିଶୋର ସାହୁ , ଦିଲ୍ଲୀପ ସାହୁ, ହୋଟେଲ ଆସୋସିଏସନ୍ ସଭାପତି ଗିରିଶ ସାହୁ, ବ୍ଳକ ମଙ୍ଗଳ ଅଧିକାରୀ ବିଶ୍ୱଜିତ୍ ଜାଲି,ବରିଷ୍ଠ ନାଗରିକ ସଂଗଠନ ସଦସ୍ୟ , ରାଜସ୍ବ ନୀରିକ୍ଷକ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ସହ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଅନେକ ମାସପରେ ଆଜି ସାଞ୍ଜାସୋରୁ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ସୋଇଥିଲା ।

ମୁଖ୍ୟ କରି ହିଲଭିୟୁ ପର୍ଯ୍ୟଟନ ସ୍ଥଳୀର ପରିଚାଳନା ଓ ଆନୁଷଙ୍ଗିକ ବ୍ୟବସ୍ଥାର ପୁନର ଉଦ୍ଧାର କରିବା ସମ୍ପର୍କ ତଥା ଟୟ ଟ୍ରେନ୍ ଚାଲୁ କରିବା, କର୍ମଚାରୀଙ୍କ ଦରମା ବୃଦ୍ଧି ବିଷୟ ନେଇ ଆଲୋଚନା କରି ନିଷ୍ପତି ନିଆଯାଇଥିଲା । ଏହା ସହିତ ଦାରିଙ୍ଗବାଡ଼ିର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ବିକାଶ ଓ ପରିଚାଳନା, ଦାରିଙ୍ଗବାଡ଼ି ବଜାର ମଧ୍ୟରେ ଯାଇଥିବା ୫୯ନଂ ଜାତୀୟ ରାଜପଥ ଦୁଇ ପାର୍ଶରେ ଜବର ଦଖଲ କରି ବସୁଥିବା ଉଠା ଦୋକାନକୁ ଉଠାଇ ପଞ୍ଚାୟତ ବଜାର ଗୃହ ଅଞ୍ଚଳରେ ଥଇଥାନ କରିବା ସହ ହୋଟେଲ, ମାର୍କେଟ ଓ ମାଛ, ଚିକେନ୍ ର ଆବର୍ଜନା କୁ ଠିକ୍ ଭାବରେ ପରିଚାଳନା କରି ସୁସ୍ଥ ପରିବେଶ କରିବା ପାଇଁ ଆଲୋଚନାରେ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ପୋଲିସ୍, ବ୍ଳକ ଓ ତହସିଲ ପ୍ରଶାସନଙ୍କ ନେତୃତ୍ୱରେ ଜନପ୍ରତିନିଧିଙ୍କ ସହଜୋଗରେ ଏହାର ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।