February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନାମଫଳକରେ ତ୍ରୁଟିକୁ ନେଇ ଆଲୋଚନା; ରାଜ୍ୟରେ କେବେଠୁ ହେଲାଣି ୧୪୮ ବିଧାନସଭା କ୍ଷେତ୍ର ?


ବାଲିଗୁଡା : (ମୋ ଟିଭି ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ):

ରାଜ୍ୟରେ ୧୪୭ଟି ବିଧାନସଭା ଆସନ ଥିବାବେଳେ ଜି.ଉଦୟଗିରି ଓ ଦାରିଙ୍ଗବାଡି ବିଧାନସଭା କ୍ଷେତ୍ରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଜି.ଉଦୟଗିରି ବିଧାନସଭା କ୍ଷେତ୍ର ପୂର୍ବରୁ ଥିବାବେଳେ ଦାରିଙ୍ଗବାଡ଼ି କେବେଠାରୁ ବିଧାନସଭା କ୍ଷେତ୍ର ହେଲାଣି ତାହାକୁ ନେଇ ଏବେ କନ୍ଧମାଳ ଜିଲାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ନେଇ ୨୦୨୩ ମେ ୩୦ ତାରିଖରେ ଏକ ଫଳକ ଲଗାଯାଇଛି, ଯେଉଁଥିରେ ଦାରିଙ୍ଗବାଡି ବିଧାୟକ ବୋଲି ଉଲ୍ଲେଖ ରହିଛି। ଏହା ଲୋକଲୋଚନକୁ ଆସିବା ପରେ ଦାରିଙ୍ଗବାଡ଼ି କେବେଠାରୁ ବିଧାନସଭା କ୍ଷେତ୍ର ହେଲାଣି ତାହାକୁ ନେଇ ନାନା ଆଲୋଚନା ହେଉଛି। କେହି କେହି ରାଜ୍ୟରେ କେବେଠାରୁ ୧୪୮ ବିଧାନସଭା କ୍ଷେତ୍ର ହେଲାଣି ବୋଲି ମଧ୍ୟ ପ୍ରଶ୍ନ କରୁଛନ୍ତି। ବିଦ୍ୟାଳୟ ସ୍ଥାପନା ନାମଫଳକରେ ଏପରି ତ୍ରୁଟି କେମିତି ହେଲା ଏବଂ ବିଧାୟକ ବି କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।