ଭତ୍ତା ପାଇଁ ସରପଞ୍ଚ ,ଭିଏଲଡ୍ଳ, ବିଡିଓ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ
ମୋଟିଭି ଓଡ଼ିଶା,ଦାରିଙ୍ଗବାଡି:୨୮/୭(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଥିବା ୨୫ ଗୋଟି ପଞ୍ଚାୟତରେ କିଛିଦିନ ହେଲା ଦେଖିବାକୁ ମିଳୁଛି । ଦିବ୍ୟାଙ୍ଗ, ବିଧବା,ଅସହାୟଙ୍କୁ ଭତ୍ତା ଦେବାରେ ଅନିମିୟତା ଯେପରି କିରିକୁଟି ପଞ୍ଚାୟତର ବୁରାଙ୍ଗିଆ ଝାରମୁଣ୍ଡା ଗ୍ରାମର ସରସ୍ବତୀ ଅମାୟତଙ୍କ ୯ବର୍ଷର ଝୀଅ ଶୀବାନି ଅମାୟତ ଦିବ୍ୟାଗଂ ଅଟନ୍ତି । ଝାଟିମାଟି ଘର, ବାପା ଦାଦନ ଶ୍ରମିକ ଓଡିଶା ବାହାରକୁ ଯାଇଛନ୍ତି କାମ କରିବାକୁ । ମାଆ ପର ଜମିରେ ମୂଲ ଲାଗିଲେ ଭୋକ ମେଣ୍ଟୁଛି । ଯେତେବେଳେ ଝୀଅକୁ ଦୁଇବର୍ଷ ହେଲା ଧିରେ ଧିରେ ଝୀଅ ଠିକ ସେ ଚାଲବୁଲ, ବସାଉଠା କରିବାରେ ଅକ୍ଷମ ହେଲା ।ବାଲିଗୁଡା, ଫୁଲବାଣୀ, ଭୁବନେଶ୍ବର , କଟକ ଭଳିଆ ମେଡିକାଲରେ ସାହି ପଡିଶା ଠାରୁ କରଜ କରି ଝୀଅର ଚିକିତ୍ସା କଲେ କିନ୍ତୁ ଝିଅ ସୁସ୍ଥ ହେଲାନାହିଁ । ଗରୀବ ଲୋକ ଆଞା ଆଉ କେଉଁଠୁ ଟଙ୍କା ପାଇବି ଯେ ଝିଅର ଚିକିତ୍ସା କରିପାରିଥାନ୍ତି ।ସେଷରେ ଝୀଅ ଦିବ୍ୟାଙ୍ଗ ବୋଲି ଡାକ୍ତର ସାଟିଫିକେଟ ଦେଲେ ବୋଲି ଛଳ ଛଳ ଆଖିରେ କହିଛନ୍ତି ଦିବ୍ୟାଙ୍ଗ ଶୀବାନି ର ମା ।
ଏଭଳି ପ୍ରତିକ୍ରୀୟା ଦେବାବେଳେ ଶୀବାନୀର ମା ଆଖିରେ ଲୁହ ଆସିଯାଇଥିଲା । ଯଦି କୈଣସି ସଦହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ, ସରକାର ମୋ ଝୀଅକୁ ସାହାଯ୍ୟ କରନ୍ତେ ତାହାହେଲେ ଶୀବାନିର ଅଧିକ ଚିକିତ୍ସା ହୋଇପାରନ୍ତା । ଝିଅର ଦିବ୍ୟାଙ୍ଗ ଭତ୍ତା ପାଇଁ ସରପଞ୍ଚ ,ଭିଏଲଡ୍ଳ, ବିଡିଓ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲି ଭତ୍ତା କରିଦେବୁ ବୋଲି ସମସ୍ତେ କହିଲେ କିନ୍ତୁ ଆଜି ପଯ୍ୟନ୍ତ ଝୀଅର ଭତ୍ତା ହୋଇପାରିଲା ନାହିଁ । ଆମ ଗାଁ ଠାରୁ ଦାରିଙ୍ଗବାଡି ବ୍ଳକ ପ୍ରାୟ ୫୦ କିଲୋମିଟର ମୋ ପାଖରେ ଗାଡି ଖର୍ଚ୍ଚ କରି ଝିଅକୁ ନେବାକୁ ଟଙ୍କା ନାହିଁ । ଗ୍ରାମର ପଡୋଶି କହିଛନ୍ତି ଯେ ସାରମାନେ ଆସୁଛନ୍ତି କିଏ ୫୦୦ ତ କିଏ ହଜାରେ ନେଉଛନ୍ତି ତାଙ୍କ ଝୀଅର ଦିବ୍ୟାଙ୍ଗ ଭର୍ତ୍ତା କରିଦେବାକୁ କିନ୍ତି ଆଜିପଯ୍ୟନ୍ତ କେହି କରିଦେଉନାହାଁନ୍ତି । ସରକାର ଓ ପ୍ରଶାସନକୁ ଆମେ ହାତଯୋଡି ଗୁହାରି କରୁଚୁ ଏହି ଗରିବ ନିଃସହାୟ ମହିଳାଙ୍କ ଦିବ୍ୟାଗଂ ଝିଅଙ୍କ ଦିବ୍ୟାଗଂ ଭତ୍ତା ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ସେହିପରି ବୁଡ଼ାଗୁଡା ପଞ୍ଚାୟତ ଦୁଇଜଣ ମହିଳା ଭତା ପାଇଁ ଅପେକ୍ଷାରେ ତେବେ ଅପେକ୍ଷା କେବେ ମିଳୁଛି ଭତ୍ତା ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।