ମୋଟିଭି ଓଡ଼ିଶା,ଫୁଲବାଣୀ,୨୮/୭ (ସୁଶାନ୍ତ କୁମାର ସାହୁ, ସୁଶାନ୍ତ ଦିଗାଲ):
ଏସ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କନ୍ଧମାଳ ଦ୍ୱାରା କେଳାପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ କୁଷ୍ଠ ଆକ୍ରାନ୍ତ ଙ୍କ ସଫଳ ଚିକିତ୍ସା ସହାୟତା ପ୍ରଦାନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଛି l ଫିରିଙ୍ଗିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମୈତ୍ରୀ ଶତପଥୀ ଯୋଗ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଅରୁଣ କୁମାର ଟୁଡୁ,ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସୀମାଦ୍ରୀ ମହାରଣା,ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଫୁଲବାଣୀ ରୁ ସୁବ୍ରତ କୁମାର ଶତପଥି, କେଳାପଡା ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଦିଗାଲ,ଇତିରାଣୀ ପଟ୍ଟନାୟକ,ହେମନ୍ତ କୁମାର ମେହେର,ଟିକିନା ଦିଗାଲ ଯୋଗ ଦେଇଥିଲେ l ସଚେତନତା ଶିବିର ରେ ଫିରିଙ୍ଗିଆ ବ୍ଲକ ରୁ ବିଭିନ୍ନ ଅଞ୍ଚଳ ରୁ କୁଷ୍ଠ ଆକ୍ରାନ୍ତ ରୋଗୀ ଉପସ୍ଥିତ ରହିଥିବା ବେଳେ ରୋଗୀଙ୍କୁ ସଚେତନ କରିବା ପରେ ଔଷଧ କୀଟ, ଚପଲ ଓ ବିଭିନ୍ନ ସାମଗ୍ରୀ ପ୍ରଦାନ କରା ଯାଇଥିଲା l କାର୍ଯ୍ୟକ୍ରମ ରେ କେଳାପଡା ପଞ୍ଚାୟତ, ଭୃଙ୍ଗୀଯୋଡି ପଞ୍ଚାୟତ ର ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ବେଛାସେବୀ ସଂଗଠନ ର କର୍ମୀ ମାନେ ଉପସ୍ଥିତ ଥିଲେ l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।