February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗବାଟବାଡ଼ି ଗ୍ରାମ୍ୟ ଉନ୍ନୟନ ରାସ୍ତା ଖାଲଖମା, ଯାତାୟାତ ବାଧାପ୍ରାପ୍ତ


ମୋଟିଭି ଓଡ଼ିଶା,ଦାରିଙ୍ଗବାଡି:୨୮/୭(ସୁଶାନ୍ତ କୁମାର ସାହୁ):

ରାସ୍ତାରେ ଆଉ ପିଚୁ ଦେଖିବାକୁ ମିଳୁନାହିଁ । ପିଚୁ ଦବିଯାଇ ମାଟି ଦେଖାଗଲାଣି । ରାସ୍ତା ସାରା ଯୁଆଡ଼େ ଦେଖିବ ଖାଲି ଖାଲ ହିଁ ଖାଲ । ଖାଲରେ ପାଣି ଜମିବା ଫଳରେ ଗର୍ତ୍ତ ଜଣା ପଡୁନଥିବା ଘଟୁଛି ଦୁର୍ଘଟଣା । ଏଭଳି କି ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି । ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଗବାଟବାଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହୋଇଥିବା ରାସ୍ତାରେ ଏଭଳି କିଛି ଦେଖିବାକୁ ମିଳିଛି । ଉକ୍ତ ରାସ୍ତା ରାଇକିଆ ପୂର୍ତ୍ତ ବିଭାଗ ରାସ୍ତା(ଲାରିବାଡି ଛକ)ଠାରୁ ଆରମ୍ଭ ହୋଇ ଲାରିବାଡ଼ି ଗ୍ରାମ ଦେଇ ଗବାଟବାଡ଼ି ଓ ଡକରବାଡ଼ି ଗ୍ରାମକୁ ସଂଯୋଗ କରିଚି । ୩ ଟି ଗାଁର ୨୦୦ ପରିବାର ୮୦୦ ରୁ ଉର୍ଦ୍ଧ ଲୋକ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି । ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୧ କୋଟି ୫୨ ଲକ୍ଷ ବ୍ୟୟ ଅଟକଳରେ ୨୦୨୦ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ୧୪ ଲକ୍ଷ ଟଙ୍କା ରହିଥିଲା । ହେଲେ ରାସ୍ତା କାମ ସଂପୂର୍ଣ୍ଣ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଥର ମଧ୍ୟ ରକ୍ଷଣାବେକ୍ଷଣ ହୋଇ ନାହିଁ । ରକ୍ଷଣାବେକ୍ଷଣ ଅଭାବ ରୁ ସାଢେ଼ ୪ କିଲୋମିଟର ରାସ୍ତା ଆଜି ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି । ରାସ୍ତା ସାରା ଖାଲଖମା ହୋଇଥିବା ବେଳେ କାଦୁଅ ପଚପଚ ହେଉଛି । ଖାଲ ଗୁଡ଼ିକରେ ପାଣି ଭରି ହୋଇ ରହୁଚି । ଫଳରେ ଯାତାୟତ କରିବା ମୁସ୍କିଲ ହୋଇ ପଡୁଛି । ବର୍ଷା ଦିନ ହୋଇଥିବାରୁ ୩ ଟି ଗାଁ ର ଲୋକେ ବଜାର ହେଉ କିମ୍ବା ଅନ୍ୟାନ୍ୟ କାମ ପାଇଁ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାର ଯଥା ଶୀଘ୍ର ମରାମତି କରିବା ଗ୍ରାମବାସୀ ଦାବି କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।