MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର-ପଲାସା ରେଳ ସେକ୍ସନ ନୀରିକ୍ଷଣ :

ଭୁବନେଶ୍ୱର ଏବଂ ପଲାସା ମଧ୍ୟରେ ଚାଲୁରହିଥିବା ଅମୃତ ଷ୍ଟେସନର ଅଗ୍ରଗତି ସମୀକ୍ଷା |ସେକ୍ସନରେ ଟ୍ରାଫିକ୍ ସୁବିଧା ପ୍ରକଳ୍ପ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ନୀରିକ୍ଷଣ |ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀ ସୁବିଧାକୁ ଗୁରୁତ୍ୱାରୋପ |

ମୋ ଟିଭି ଓଡିଶା / ଭୁବନେଶ୍ୱର : 29.07.2024:

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଇତିମଧ୍ୟରେ ଭୁବନେଶ୍ୱର-ପଲାସା ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି | ତାଙ୍କ ସହିତ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ, ପ୍ରକଳ୍ପ କାର୍ଯ୍ୟର ନିର୍ମାଣକାରୀ ଦଳ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜୱାଙ୍କ ନେତୃତ୍ୱରେ ମଣ୍ଡଳ ସ୍ତରର ଅଧିକାରୀମାନେ ଯୋଗ ଦେଇଥିଲେ |

ନୀରିକ୍ଷଣ ସମୟରେ ଶ୍ରୀ ଫୁଙ୍କୱାଲ ଅମୃତ ଷ୍ଟେସନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରି ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବା ସପକ୍ଷରେ ଗୁରୁତ୍ୱାରୋପ କରିଥିଲେ | ଅମୃତ ଷ୍ଟେସନ ପ୍ରକଳ୍ପ ଓ ନୀରିକ୍ଷଣ କରାଯାଇଥିବା ଷ୍ଟେସନ ଗୁଡିକ ହେଉଛି ଭୁବନେଶ୍ୱର, ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର, ଖୋର୍ଦ୍ଧା ରୋଡ୍, ଲିଙ୍ଗରାଜ ଷ୍ଟେସନ ରୋଡ୍, ପଲାସା ଏବଂ ଇଛାପୁରମ୍ ଅନ୍ତର୍ଭୁକ୍ତ | ଏହି ଷ୍ଟେସନଗୁଡିକରେ ଚାଲିଥିବା ନିର୍ମାଣ କାର୍ଯ୍ୟର ବର୍ତ୍ତମାନର ସ୍ଥିତିକୁ ମଧ୍ୟ ମହାପ୍ରବନ୍ଧକଙ୍କ ଦ୍ୱାରା ସମୀକ୍ଷା କରାଯାଇଥିଲା |

ଏହା ସହିତ ଶ୍ରୀ ଫୁଙ୍କୱାଲ ବିଭିନ୍ନ ରେଳ ଷ୍ଟେସନରେ ଟ୍ରାଫିକ୍ ସୁବିଧା ଏବଂ ଯାତ୍ରୀମାନଙ୍କ ସୁବିଧା ସମ୍ବନ୍ଧୀୟ ଭିତ୍ତିଭୂମି ଏବଂ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ମଧ୍ୟ ନିରୀକ୍ଷଣ କରିଥିଲେ | ଯାତ୍ରୀମାନଙ୍କୁ ଉନ୍ନତ ସେବା ଏବଂ ସୁବିଧା ଯୋଗାଇବାର ଗୁରୁତ୍ୱକୁ ଦର୍ଶାଇ ଏହି ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି |

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।