ମୋ ଟିଭି ଓଡିଶା / ଭୁବନେଶ୍ୱର :
ବରଗଡ ଜିଲ୍ଲା ଘେଁସର ମାଧୋ ସିଂ ଓ ତାଙ୍କ ପରିବାରର ମୁକ୍ତି ସଂଗ୍ରାମରେ ବୀରଗାଥା ଜାତୀୟ ଇତିହାସରେ ନିଆରା ଦୃଷ୍ଟାନ୍ତ। ଘେଁସରୁ ଆରମ୍ଭ ଆନ୍ଦୋଳନ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇଥିଲା ଏବଂ ଲୋକଙ୍କ ସୁରକ୍ଷା ସହ ଦେଶର ଅଖଣ୍ଡତା ପ୍ରତି ଏହି ବୀର ଶହୀଦଙ୍କ ଅସୀମ ତ୍ୟାଗ ସର୍ବଦା ପ୍ରେରଣା ଦାୟୀ। ମାଧୋ ସିଂ ହେଉଛନ୍ତି ଦେଶର ଏମିତି ଜଣେ ସଂଗ୍ରାମୀ ଯାହାର ସପରିବାର ଆନ୍ଦୋଳନରେ ଝାସ ଦେଇଥିଲେ। ସେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ସାଥି। ନିଜ ଜୀବନ ଅପେକ୍ଷା ସ୍ୱାଧିନତାକୁ ଭଲ ପାଉଥିବା ମାଧୋ ସିଂ,ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ। ବରଗଡ଼ ଜିଲ୍ଲାର ଘେଁସ ଜମିଦାର ମାଧୋ ସିଂଙ୍କ ସ୍ୱାଧିନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ତାଙ୍କ ୪ ପୁତ୍ର କୁଞ୍ଜଲ ସିଂ, ହଟେ ସିଂ, ଐରୀ ସିଂ, ବୈରୀ ସିଂ ଏବଂ ଜ୍ଵାଇଁ ନାରାୟଣ ସିଂ ସହୀଦ ହୋଇଥିଲେ। ସେ ଥିଲେ ସିଙ୍ଗଡାଦୁର୍ଗର ସିଂହ। ସେତେବେଳେ ନାଗପୁରରୁ ସମ୍ବଲପୁର ଯାଉଥିବା ଗୋଳାବାରୁଦ ଓ ସୈନ୍ୟଙ୍କୁ ନିପାତ କରିବାରେ ମାଧୋ ସିଂଙ୍କ ପରିବାର ଅଣ୍ଟା ଭିଡିଥିଲେ। ତତ୍କାଳୀନ ଇଂରେଜ ଶାସକଙ୍କର ଅନ୍ୟାୟରେ ପ୍ରଜାମାନଙ୍କ ଉପରେ ଅତ୍ୟଧିକ କର ବସାଇବା ବିରୁଦ୍ଧରେ ପ୍ରତିବାଦ କରି ଯେପରି ଭାବେ ନିର୍ବିକାର ଭାବରେ ସଂଗ୍ରାମ କରିଥିଲେ,ତାଙ୍କର ଅବଦାନ ଇତିହାସର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଯେପରି ଅଦମ୍ୟ ସାହସ ଓ ବୀରତ୍ୱର ପରାକାଷ୍ଠା ଦେଖାଇ ଦୁର୍ଦ୍ଧାନ୍ତ ଭାବେ ଲଢିଥିଲେ, ତାହା ଆଜି ଦୀର୍ଘ ଦିନ ପରେ ଓଡିଶାର ସାଧାରଣ ଜନତାଙ୍କୁ ଉଦ୍ବେଳିତ କରୁଛି। ୧୮୫୭ ସିପାହୀ ବିଦ୍ରୋହ ସମୟରେ ଇଂରେଜ ଶାସନ ବିରୁଦ୍ଧରେ ଲଢିବା ପାଇଁ ଏକ କେନ୍ଦ୍ରୀୟ ନୀତି ପ୍ରସ୍ତୁତ କରିବା ପାଇଁ ସବୁ ଜମିଦାର ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗ କରି ସେ ଓ ତାଙ୍କ ପରିବାର ସହୀଦ ହୋଇଥିଲେ। ମାଧୋ ସିଂହ ସାଜିଥିଲେ କର୍ଣ୍ଣେଲଙ୍କ ଭୟର କାରଣ। ଉଡ୍ ବ୍ରିଜଙ୍କ ମୁଣ୍ଡ କାଟି ଗଛରେ ଝୁଲାଇଥିବା ବୀର ହେଉଛନ୍ତି ମାଧୋ ସିଂହ ।୧୮୫୮ ଡିସେମ୍ବର ୩୧ ରେ ଫାଶି ଖୁଣ୍ଟରେ ଚଢ଼ିଥିଲେ ମାଧୋ ସିଂହ। ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା କ‘ଣ ଆମ ସମସ୍ତଙ୍କ ସାମୁହିକ କର୍ତ୍ତବ୍ୟ ନୁହେଁ କି ? କଂଗ୍ରେସ ବରିଷ୍ଟ ନେତା ସୁର ରାଉତରାୟ ଙ୍କ ବୟାନ ଅତ୍ୟନ୍ତ ଦୁଖଦଃ କିଭଳି ସେ ଜଣେ ନେତା ହୋଇ ସଂଗ୍ରାମୀ ଙ୍କୁ ଜାଣିନାହାନ୍ତି କହିଲେ ପୁଣି ସେ ନିଜକୁ ପାଇକ ପୁଅ ବୋଲି କହିବୁଲୁଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।