ସରକାରୀ ମଦ ଦୋକାନୀଙ୍କ ପୁଅ ଚଲାଈ ଥିଲେ ନକଲି ମଦ କାରଖାନା, ଅବକାରୀ ବିଭାଗ ର ଚଢ଼ାଉ ୨ଶହ ଲିଟର ନକଲି ମଦ ସହିତ ମଦ ତିଆରି ସରଞ୍ଜାମ ଜବତ।
ମୋ ଟିଭି ଓଡିଶା / ସୋର : ୩୦/୦୭/୨୦୨୪
ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ କରି ଅବକାରୀ ବିଭାଗ ୨ଶହ ଲିଟର ନକଲି ବିଦେଶୀ ମଦ, ନକଲି ମଦ ପାଇଁ ପ୍ରସ୍ତୁତ ସରଞ୍ଜାମ ଜବତ କରିଛି l
ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ପଣ୍ଡାଶୁଣି ପଂଚାୟତ ନୀଳକଣ୍ଠପୁରର ସୁବାଷ ନାୟକ ଘରୁ ଜଳେଶ୍ବର ସେଟଲାଇଟ ଅବକାରୀ ବିଭାଗ ଖବର ପାଇ ଯାଞ୍ଚ କରିଥିଲର। ପରେ ପ୍ରାୟ ୨ଶହ ଲିଟର ନକଲି ବିଦେଶୀ ମଦ, ନକଲି ମଦ ପାଇଁ ପ୍ରସ୍ତୁତ ଠିପି, ଷ୍ଟିକର ଓ ବିଭିନ୍ନ ମଦ କମ୍ପାନୀର ପୁରୁଣା ମଦ ବୋତଲ ଜବତ କରିଥିଲେ l
ପରେ ଘର ମାଲିକ ସୁବାଷକୁ ଅବକାରୀ ବିଭାଗ ଧରିବା ପରେ ଦୀର୍ଘ ଚାରିମାସ ଧରି ସୋର ଅନନ୍ତପୁରର ଏକ ସରକାରୀ ମଦ ଦୋକାନର ମାଲିକଙ୍କ ପୁଅ ତାଙ୍କ ଘରକୁ ଭଡା ସୂତ୍ରରେ ନେଇ ସେଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିଲେ। ଏବଂ ଏହି ମଦକୁ ନିଜ ସରକାରୀ ମଦ କାଉଣ୍ଟରରେ ବିକ୍ରି କରିବା ସହିତ ବିଭିନ୍ନ ଦୋକାନ ଓ ଅନ୍ୟ ସ୍ଥାନକୁ ପଠାଉଥିବା ପ୍ରକାଶ କରିଥିଲେ l
ଅବକାରୀ ବିଭାଗ ସୁବାଷକୁ ଗିରଫ କରି ଗତକାଲି ରାତିରେ ଅନନ୍ତପୁର ସ୍ଥିତ ଉକ୍ତ ସରକାରୀ ମଦ କାଉଣ୍ଟରକୁ ସିଲ କରିଥିବା ଜଣାପଡ଼ିଛି। ତେବେ ସୋର ଅଂଚଳରେ ବିଭିନ୍ନ ମଦ କାଉଣ୍ଟରରେ ଏହି ଭଳି ମଦ ବିକ୍ରି ହେଉଥିବା ଅଭିଯୋଗ ଆସୁଛି। ଅବକାରୀ ବିଭାଗ ପକ୍ଷରୁ ଏହି ଅଂଚଳର ମଦ କାଉଣ୍ଟର ଉପରେ ଚଢ଼ାଉ କରାଯାଇ ଯାଞ୍ଚ କରାଯିବାକୁ ସାଧାରଣରେ ଦାବି ହେଉଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।