January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିର୍ବାଚନ ପ୍ରଚାର ମୈଦାନରେ କଂଗ୍ରେସ ବିଧାୟିକା ପାର୍ଥୀନୀ ରଶ୍ମିରେଖା।

କଳାହାଣ୍ଡି:୧୩/୦୪
ନିର୍ବାଚନ ପାଇଁ ଦଲୀୟ ପାର୍ଥୀଙ୍କ ନାଁ ଘୋଷଣା ପରେ ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ କଳାହାଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧର୍ମଗଡ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜୁ ଜନତା ଦଳ ପକ୍ଷରୁ ପୂର୍ବରୁ ବିଧାୟକ ରହିଥିବା ଭେଟେରାନ ରାଜନୈତିଜ୍ଞ ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ଦଳ ଟିକେଟ ଦେଇଥିବା ବେଳେ ବିଜେପି ଦଳ ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ରହିଥିବା ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ଟିକେଟ ମିଳିଛି।

କଂଗ୍ରେସ ଦଳ ପକ୍ଷରୁ ଓବିସି ବର୍ଗ ର ମହିଳା ପ୍ରାର୍ଥୀ,ଯାଦବ ଦଳ ର ଜିଲ୍ଲା ସଭାନେତ୍ରୀ ରହିଥିବା ରଶ୍ମିରେଖା ରାଉତ ଙ୍କୁ ଦଳ ଟିକେଟ ଦେଇ ମହିଳା କାର୍ଡ ଖେଳିଛି କଂଗ୍ରେସ ଦଳ। ରାଜନୀତି ପରିବାର ଓ ପୃଷ୍ଟଭୂମି ରୁ କଂଗ୍ରେସ ଦଳ ର ବିଧାୟିକା ପ୍ରାର୍ଥୀନି ରଶ୍ମିରେଖା ରାଉତ ପୂର୍ବରୁ କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ସରପଞ୍ଚ ଓ ବର୍ତ୍ତମାନ ଡ଼ହଗାଁ ପ୍ରାଥମିକ କୃଷି ସମବାୟ ସମିତିର ଉପ ସଭାପତି ରହିଛନ୍ତି। ଏହାସହ ଯାଦବ ସମାଜ ର ଜିଲ୍ଲା ସଭାନେତ୍ରୀ ରହିଛନ୍ତି। ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ଯାଦବ ସମ୍ପ୍ରଦାୟର ଭୋଟ ରାଜନୀତିରେ ଆଧିପତ୍ୟ ରହିଥିବା ବେଳେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଯାଦବ ସମ୍ପ୍ରଦାୟର ମୋୖଷଧି ବାଗ ବିଜେଡି ଦଳ ପକ୍ଷରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଯାହାକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପକ୍ଷରୁ ଯାଦବ ସମ୍ପ୍ରଦାୟର ନେତ୍ରୀଙ୍କୁ ରାଜନୀତି ମୈଦାନରେ ଉତାରି ରାଜନୈତିକ ସମିକରଣରେ ଅଙ୍କ କଷିଛି ବୋଳି ଚର୍ଚ୍ଚା ହେଉଛି।

କଂଗ୍ରେସ ବିଧାୟିକା ପ୍ରାର୍ଥୀନି ରଶ୍ମିରେଖା ଶନିବାର ନିଜର ସମର୍ଥକ ଙ୍କ ସହ ଧର୍ମଗଡ ବ୍ଲକ ର ପର୍ଲା, ଜୟନ୍ତପୁର, ଧଅରପୁର, ଛଞ୍ଚାନବାହେଲି, ବେହେରାଗୁଡା ଗ୍ରାମ ଠାରେ ନିର୍ବାଚନୀ ପ୍ରଚାର କରିଥିବା ବେଳେ ବିଭିନ୍ନ ଗ୍ରାମରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ତାଙ୍କ ସହ କଂଗ୍ରେସ ର ଦଲୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।