February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଳନ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ।


ମୋ ଟିଭି ଓଡିଶା / କଳାହାଣ୍ଡି : ୩୧/୦୭


ଆସନ୍ତା ୯ ତାରିଖରେ ବିଶ୍ଵ ଆଦିବାସୀ ଦିବସ ପାଳନ ପାଇଁ କୋକସରା ବ୍ଲକ ସଦର ମହକୁମା ଠାରେ ବୁଧବାର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଆଦିବାସୀ ସଙ୍ଘ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ କଳାହାଣ୍ଡି ଜିଲ୍ଲର ୧୩ ଗୋଟି ବ୍ଲକ ର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଆଦିବାସୀ ଙ୍କ ଆରାଧ୍ୟ ଦେବତା ଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆଦିବାସୀ ଦିବସ ପାଳନ ର ଏହି ଚୂଡାନ୍ତ ବୈଠକରେ କୋକସରା ବ୍ଲକ ସାଧାରଣ ସମ୍ପାଦକ ତ୍ରିନାଥ ଶବର ସ୍ୱାଗତ ଭାଷଣ ସହ ଅତିଥୀ ପରିଚୟ କରିଥିଲେ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ସମସ୍ତ ଙ୍କ ମତାମତ ସହ ଆଲୋଚନା କରାଯାଇଛି।

କୋକସରା ଧାନ ମଣ୍ଡି ପ୍ରାଙ୍ଗଣରେ ଆଦିବାସୀ ଦିବସ ପାଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ସମ୍ମାନିତ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଆଦିବାସୀ ଦିବସ ର ଅତିଥୀ ଭାବେ ଉପସ୍ଥିତ ରହିବାକୁ ସ୍ୱୀକୃତି ଦେଇଥିବା ନେଇ ସୂଚନା ଦେଇଥିଲେ।

ପ୍ରସ୍ତୁତି ବୈଠକରେ କୋକସରା ବ୍ଲକ ଆଦିବାସୀ ସଂଘ ସଭାପତି ହେମନ୍ତ ମାଝୀ ସମେତ ବ୍ଲକ ର ୧୦ ଜଣ ସରପଞ୍ଚ ୧୦ ଜଣ ସମିତିସଭ୍ୟ ସହିତ କୋକସରା ବ୍ଲକ ଆଦିବାସୀ ସଂଘ ପ୍ରମୁଖ କାର୍ଯ୍ୟକର୍ତ୍ତା ଶ୍ରୀ ଗରୁଡ଼ ଧ୍ଵଜ ମାଝୀ, ସୁଧିର ପାତ୍ର, ଭବେଶ ଗଇଁନ୍ତା, ମୁକ୍ତେଶ୍ଵର ନାଏକ, ଜୟଲାଲ ନାଏକ, ସମ୍ପାଦକ ଦୈତାରି ଭୋଇ, କ୍ଷୀରସିନ୍ଧୁ ନେଗି,ରତନ ମାଝୀ, ନିରଞ୍ଜନ ମାଝୀ, ଯତୀନ୍ଦ୍ର ମାଝୀ, କେତନ ପାତ୍ର, ମଣିରାମ ଶବର, ଧର୍ମାନନ୍ଦ ନେଗି, ଜିଲ୍ଲା ସମ୍ପାଦକ ହୃଦାନନ୍ଦ ମାଝୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।