February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କାଦବରାଙ୍ଗ ହାଇସ୍କୁଲରେ ପାଳିତ ହେଲା ପ୍ରବେଶ ଉତ୍ସବଗୁଣାତ୍ମକ ଶିକ୍ଷାରେ ବାଧକ ସାଜିବ ଶ୍ରେଣୀ ଗୃହ ସମସ୍ୟା


ମୋ ଟିଭି ଓଡିଶା / ଆଗରପଡ଼ା : ୦୧/୦୮

ସରକାରଙ୍କ ଧାର୍ଯ୍ୟ ତାରିଖ ଅନୁସାରେ ଗୁରବାର ଠାରୁ ଚଳିତ ବର୍ଷର ଯୁକ୍ତ ୨ ପ୍ରଥମ ବର୍ଷ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲରେ ଅଦ୍ୟାବଧି ନାମ ଲେଖାଇଥିବା ୬୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଉପସ୍ଥିତ ଥିବା ପାଖାପାଖି ୪୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଉଛି ।

ହାଇସ୍କୁଲ ପ୍ରଧାନଶିକ୍ଷକ ପିତବାସ ଜେନାଙ୍କ କରକମଳରେ ଆୟୋଜିତ ଉତ୍ସବରେ ସରୋଜ ବେହେରା,ସ୍ୱପ୍ନାଲୋକ ସୂତାର,ସୁଶ୍ରୀ ସଙ୍ଗିତା ଜେନା,ଅଭିଲିପ୍ସା ସେଣ୍ଢ,ଜୋସ୍ନାରାଣୀ ପହି,ପ୍ରତାପ ମଲ୍ଲିକ ପ୍ରମୁଖ ଯୁକ୍ତ ୨ ଶ୍ରେଣୀର ବିଭିନ୍ନ ବିଭାଗର ଅତିଧି ଅଧ୍ୟାପକ/ଅଧ୍ୟାପିକା,ହାଇସ୍ଖୁଲର ଲିପି ପରିଡ଼ା,ଭାସ୍ୱତୀ ଜେନା,ଅନୁରାଧା ପାଣିଗ୍ରାହୀ,ସୁକାନ୍ତ ସିଂହ,ଲୋପାମୁଦ୍ରା ସ୍ୱାଇଁ,ଶକୁନ୍ତଳା ରାଉତ,ସ୍ୱପ୍ନା ଗୁପ୍ତା,ଶୁଭଶ୍ରୀ ପଣ୍ଡା,ରେହା ରାଉଳ,ସଙ୍ଗିତା ବେହେରା,ଜ୍ୟୋତି ରଜଂନ ପଣ୍ଡା,ବିଶ୍ୱରଜଂନ ସାମଲ,ନବନିତା ନନ୍ଦୀ,ସସ୍ମୀତା ପାଣିଗ୍ରାହୀ,ଜସମୀନ୍ ରାଉତ,ଗାୟତ୍ରୀ ଜେନା,ନିରଜଂନ ପଲାଇ ପ୍ରମୁଖ ଶିକ୍ଷକ/ଶିୟୟିତ୍ରୀ ଓ ଶିକ୍ଷା କର୍ମୀ ଆଶିଷ ବିଶ୍ୱାଳ,ରାଜକିଶୋର ଜେନା ଏବଂ କର୍ମଚାରୀ ରିତାରାଣୀ ରାଉତ ପ୍ରମୁଖ ଊପସ୍ଥିତ ଥିଲେ । ସରକାରଙ୍କ ନିର୍ଦ୍ଦେଶାନୁସାରେ ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟରେ ୧୨୮ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ଓଡ଼ିଆ,ଇଂରାଜୀ,ଇତିହାସ,ରାଜନୀତି ବିଜ୍ଞାନ,ଅର୍ଥଶାସ୍ତ୍ର ଏବଂ ତର୍କ ଶାସ୍ତ୍ର ବିଷୟରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବେ । ତେବେ ଏହି ବିଦ୍ୟାଳୟରେ ଶିକ୍ଷାଲାଭ କ୍ଷେତ୍ରରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନଥିବାରୁ ଗୁଣାତ୍ମକ ଶିକ୍ଷାରେ ଏହା ବାଧକ ସାଜିବ ବୋଲି ଜଣାପଡ଼ିଛି ।

ଯାହାକୁ ନେଇ ଅଭିଭାବକମାନେ ଚିନ୍ତାରେ ଥିବା ଜଣାପଡ଼ିଛି । ଗତ ଜୁନ ୨୬ ତାରିଖରେ ରାଜ୍ୟ ସରକାର ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ଦେଇଥିଲେ । ୧୯୬୫ ମସିହାରେ ପ୍ରତିଷ୍ଠିତ ଉକ୍ତ ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରେ ୫୩୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୯ମରେ୧୪୬ ଓ ୧୦ମରେ ୧୪୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଉକ୍ତ ହାଇସ୍କୁଲଟି ବ୍ଲକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ବର୍ତ୍ତମାନ ଏଠାରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ପାଲଟିଛି । ଶ୍ରେଣୀ ଗୃହ ଅଭାବରୁ ୮ମ ଶ୍ରେଣୀରେ ଚଳିତବର୍ଷରେ ଅଧ୍ୟୟନ କରୁଥିବା ୧୦୧ଜଣ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷାଲାଭ କରୁଛନ୍ତି । ସେହିପରି ୯ମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାଙ୍କ ସଂଖ୍ୟା ଅନୁଯାୟୀ ଶ୍ରେଣୀଗୃହର ଅଭାବ ପରିଲକ୍ଷିତ ହେଉଛି । ଏହିପରି ସ୍ଥଳେ ଏଠାରେ ଯୁକ୍ତ ୨ରେ ନାମ ଲେଖାଇଥିବା ପିଲାମାନେ କିପରି ଶିକ୍ଷାଲାଭ କରିବେ ତାକୁ ନେଇ ଶିକ୍ଷାବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଶ୍ରେଣୀ ଗୃହ ସମସ୍ୟାକୁ ଦୂର କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଳ,ବିଡ଼ିଓ ଏବଂ ଡ଼ିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ପାଇପାରିନଥିବା ଜଣାପଡ଼ିଛି । ତେଣୁ ଏକ ନୂତନ ପାଠ୍ୟକ୍ରମ ମୂଳରୁ ଅସଫଳ ହେବା ଆଗରୁ ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମଡଲରୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।