February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସ୍ୱଚ୍ଛଭାରତ ବାଟବଣା, କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଜଙ୍ଗଲ ପାଲଟିଲାଣି


ମୋ ଟିଭି ଓଡିଶା / ଆଗରପଡ଼ା :

ବନ୍ତ ବ୍ଲକ କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ସଂରକ୍ଷିତ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଆଡ଼ିଆ, ଅଡ଼ାଳପଙ୍କ, ଗୋପାଳପୁର, କାଉପୁର, ଗଣିଜାଙ୍ଗ ଆଦିର ଶତାଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ଆସିଥାନ୍ତି । କିନ୍ତୁ ଭକ୍ତ କେନ୍ଦ୍ର ପରିସରରେ ଅନାବନା ଗଛ ଭର୍ତ୍ତି ହୋଇଥିଲେ ସୁଦ୍ଧା ଏହାକୁ କାଟି ସଫା କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଦୃଷ୍ଟି ନଦେବାକୁ ନେଇ ସ୍ୱାସ୍ଥ୍ୟ ସେବା ପାଇଁ ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷଭାବ ସୃଷ୍ଟି ହୋଇଛି । ୧୯୯୪ ମସିହାରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ହେବା ପରଠାରୁ ଏହାର ଭିତ୍ତି ଭୂମିରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇପାରି ନଥିଲା । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଟିମ ଗସ୍ତ ପୂର୍ବରୁ ଏହାର କଳେବର ରଙ୍ଗିନ ହୋଇପାରି ଥିଲା । ମାତ୍ର ଡ଼ାକ୍ତର ନଥିବାରୁ ରୋଗୀମାନେ ନାନା ହିନସ୍ତା ହେଉଥିଲେ । ଭାରାପ୍ରାପ୍ତ ଡ଼ାକ୍ତର ପଦବୀ ଦୀର୍ଘ ବର୍ଷ ଧରି ଏଠାରେ ଖାଲି ପଡ଼ିିବା ପରେ ଗତ ୨୦୨୨ ଜାନୁୟାରୀ ମାସରେ ସରକାର ଏଠାରେ ଏକ ନିୟମିତ ଡ଼ାକ୍ତର ନିଯୁକ୍ତି ଦେଇଥିଲେ । ସେହିପରି ଡ଼ାକ୍ତରଙ୍କ ରହିବା ପାଇଁ ଗୃହ ସମେତ ପାଚେରୀ ନିର୍ମାଣ କରାଯାଇଥିଲା । ପାନୀୟ ଜଳ ଓ ବିଦ୍ୟୁତ ସେବା ଉପରେ ମଧ୍ୟ ସରକାର ଗୁରୁତ୍ୱାରୋପ କରିଥିଲେ । ବିଭାଗୀୟ ଅଧିକାରୀମାନେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରି ଭାରପ୍ରାପ୍ତ ଡ଼ାକ୍ତରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ସୁଦ୍ଧା କର୍ମଚାରୀଙ୍କ ରହିବା ପରିବର୍ତ୍ତେ ଉକ୍ତ ଗୃହ ଆଇଏଲଆର ନିମନ୍ତେ ବ୍ୟବହୃତ ହେଉଥିବା ଜଣାପଡ଼ିଛି । ଯଦ୍ୱାରା କେଉଁ ଲକ୍ଷ ନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ଗୃହ ନିର୍ମାଣ କରାଯାଇଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପ୍ରତିଷ୍ଠିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଉକ୍ତ ସମସ୍ୟା ବ୍ୟତିତ ଆହୁରି ଅନେକ ସମସ୍ୟା ଲାଗି ରହିଛି । ଆବଶ୍ୟକ ଅନୁଯାୟୀ କର୍ମଚାରୀ ନିଯୁକ୍ତି ଦିଆଯାଉନଥିବାରୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିୟମ କେବଳ କାଗଜ କଲମରେ ସୀମିତ ହୋଇ ରହି ଯାଉଛି । ନିୟମାନୁଯାୟୀ ପ୍ରତିଦିନ ସକାଳ ୮ଘଟିକା ରୁ ଅପରାହ୍ନ ୧୨ଘଟିକା ଓ ଅପରାହ୍ନ ୩ଘଟିକାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ରହିବା କଥା କିନ୍ତୁ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରଟି ବହୁ ଦିନ ହେବ କେବଳ ସକାଳ ସମୟରେ ଖୋଲା ରହୁଥିଲା । ତାହା ପୁଣି ସକାଳ ୮ଘଟିକାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ । ବାରମ୍ବାର ଉକ୍ତ ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏଥିରେ ସୁଧାର ଆସିଥିଲା କିନ୍ତୁ ଏଠାରେ ୨ବର୍ଷ ହେବ ନିୟୋଜିତ ମହିଳା ଏମବିବିଏସ ଡ଼ାକ୍ତର ଗତ ଅପ୍ରେଲ ମାସରୁ ଅନ୍ୟତ୍ର ନିୟୋଜିତ ହୋଇଥିବାରୁ ପୂର୍ବ ସମସ୍ୟା ପୁଣି ଦେଖାଦେଇଛି । ବର୍ତ୍ତମାନ ଜଣେ ମହିଳା ଆୟୁଷ ଡ଼ାକ୍ତର, ଜଣେ ମହିଳା ଫାର୍ମାସିଷ୍ଟ ଓ ଜଣେ ମହିଳା ଏଏନଏମଙ୍କୁ ନେଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି । ସମସ୍ତେ ମହିଳା କର୍ମଚାରୀ ହୋଇଥିବାରୁ ଓ ପାଖାପାଖି ୪ବର୍ଷ ହେବ ଏଠାରେ ଥିବା ପୁରୁଷ ଆଟେଣ୍ଡାଣ୍ଟଙ୍କୁ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ଼େପୁଟେସନରେ ପଠାଇ ଦିଆଯାଇଥିବାରୁ ଏହପରିି ସମସ୍ୟା ଉପୁଜିଥିବାର ଜଣାପଡ଼ିଛି । ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ ଆନୁକୂଲ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୫ମ ସିଫସି ଯୋଜନାରେ ୮ଲକ୍ଷ ଅଟକଳ ମୂଲ୍ୟରେ ବାୟୋ ମେଡ଼ିକାଲ ୱେଷ୍ଟ ଇକ୍ୱିଇମେଣ୍ଟପ୍ରକଳ୍ପ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ଷୋଳ ଲକ୍ଷ ଛୟାଳିଶ ହଜାର ଛଅଶହ ଛପନ ଟଙ୍କା ମୂଲ୍ୟର ଲେବର ରୁମ ନିର୍ମାଣ କାର୍ଯ୍ୟ ସରି କାର୍ଯ୍ୟକ୍ଷମ ହେବା ଅପେକ୍ଷାରେ ରହିଛି । ତେଣୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ମିତ ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଥିବାରୁ ଏହା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସେହିପରି ଏହାର ସମ୍ମୁଖ ଭାଗକୁ ଛାଡ଼ି ଅନ୍ୟ ପାଶ୍ୱର୍ରେ ନାନାଦି ଅନାବନା ଗଛ ଉଠି ଅପରିଷ୍କାର ପରିବେଶ ସୃଷ୍ଟି କରିବା ସହ ଏଥି ମଧ୍ୟରେ ବିଷଧର ସାପମାନେ ରହିଥାଇପାରନ୍ତି ବୋଲି ଅନୁମାନ କରାଯିବା ସହ ଏହାର ପରିସରରେ ପୁରୁଣା ଗୃହ ଥିଲେ ମଧ୍ୟ ଏହାକୁ ଭାଙ୍ଗିବାର କୌଣସି ବନ୍ଦୋବସ୍ତ କରାଯାଉନଥିବା ମଧ୍ୟ ଚିନ୍ତାର ବିଷୟ ପାଲଟିଛି । କହିବାକୁ ଗଲେ ସରକାରଙ୍କ ସ୍ୱଚ୍ଛଭାରତ ଅଭିଯାନ ଏଠାରେ ସଂପୂର୍ଣ୍ଣ ବାଟବଣା ହୋଇପଡ଼ିଛି । କାଦବରାଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମ ଯଥା-ଆଡ଼ିଆ, ଅଡ଼ାଳପଙ୍କ, ଗୋପାଳପୁର, କାଉପୁର, ଗଣିଜାଙ୍ଗ ଆଦିର ଶତାଧିକ ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ଲାଗି ରହିଥିବା ଏହି ସବୁ ସମସ୍ୟାକୁ ଶୀଘ୍ର ସମାଧାନ କରିବା ସହ ସରକାରୀ ନିୟମକୁ ପାଳନ କରି ନବ ନିର୍ମିତ ପ୍ରକଳ୍ପକୁ ଯଥାଶିଗ୍ର କାର୍ଯ୍ୟକ୍ଷମ କରିବା ଓ ଅଂଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।