ଖୋର୍ଦ୍ଧା : ୧୪/୦୪ – ଓଡ଼ିଶାର ୧୨ମାସରେ ତେର ପର୍ବ। ସେଥିମଧ୍ୟରୁ ମହାବିଷୁବ ପଣା ସଂକ୍ରାନ୍ତି ଅନ୍ୟତମ। ଆଜି ହିନ୍ଦୁ ନବବର୍ଷ ତଥା ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ପୀଠ ହୋଇଛି ଚଳଚଂଚଳ।
ଆଜି ସକାଳୁ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ପୀଠରେ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭୀଡ ଜମିଛି। ଠାକୁରଙ୍କ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହେବା ପରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଆଜି ପ୍ରବଳ ଭୀଡ ସହିତ ଅତ୍ୟଧିକ ଖରା ଯୋଗୁଁ ଭକ୍ତ ଶ୍ରଦ୍ଧାଳୁ ମାନେ ଧାଡିରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ସ୍ଥାନୀୟ ଲେଣ୍ଡୋ ଗ୍ରାମପଞ୍ଚାୟତ ସରପଞ୍ଚ ବିନୋନ୍ଦିନୀ ଦାଶଙ୍କ ସହାୟତାରେ ଦହିପଣା ବଣ୍ଟନ କରାଯାଇଛି। ଭକ୍ତ ଶ୍ରଦ୍ଧାଳୁ ମାନେ ଦହିପଣା ପିଇ ତୃଷା ମେଣ୍ଟାଉଛନ୍ତି।
ପ୍ରତ୍ୟେକ ସଂକ୍ରାନ୍ତିରେ ଏଠାରେ ଜନ ସମାଗମ ହେଉଥିବାରୁ ବ୍ୟବସାୟୀ ମାନେ ଏଣେତେଣେ ବସୁଥିବାରୁ ଲୋକମାନଙ୍କ ଅସୁବିଧା ହେବା ସହିତ ବ୍ୟବସାୟୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଇଥିବା ଜଣାପଡିଛି। ଏଠାରେ ପାନୀୟ ଜଳର ସୁବିଧା ନଥିବାରୁ ବ୍ୟବସାୟୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ମନ୍ଦିର ପରିଚାଳନା କମିଟି ଏଠାରେ ପାନୀୟ ଜଳ ଓ ବ୍ୟବସାୟୀ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାପାଇଁ ଅନୁରୋଧ କରିଛନ୍ତିl
More Stories
ଛିଲିପାମାଲ ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ।
ଓଲମା ଗ୍ରାମରେ କାଳେଶ୍ୱର ମହାଦେବ ନୂତନ ମନ୍ଦିର ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଶ୍ରୀ ଜଗନ୍ନାଥ ମହୋତ୍ସବ ଷଷ୍ଠ ଦିବସରେ ମହାଯଜ୍ଞ ମହାପ୍ରଭୁଙ୍କ ପ୍ରାଣପ୍ରତିଷ୍ଠା ଓ ପ୍ରବଚନ।