ମୋ ଟିଭି ଓଡିଶା / ସୋର : ୦୩/୦୮/୨୪
ସୋର ପୋଲିସ ପାଇଁ ବଢିଲା ଅଡୁଆ ଶିକ୍ଷକ ଙ୍କୁ ସ୍କୁଲ ସମୟରେ ଧକ୍କା ଦେଇ ପୋଲିସ ଉଠେଇନେବା ଘଟଣା,ଆନ୍ଦୋଳନ କୁ ଓଲ୍ଲାହିବ ଶିକ୍ଷକ ମହାସଂଘ l ଗତକାଲି ସୋର ପୋଲିସ ଦ୍ୱାରା ସୋର ରାଧାନାଥ ପ୍ରାର୍ଥମିକ ବିଦ୍ୟାଳୟ ର 16 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ର କର୍ମଚାରି ଙ୍କୁ ପୋଲିସ ଗାଡି ରେ ଉଠାଇ ଥାନାରେ ଅଟକ ରଖିବା ଘଟଣା ରେ ଆଜି ସୋର ଏଲିମେଣ୍ଟାରୀ ଶିକ୍ଷକ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡ଼କାଇ ପୋଲିସ ଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ l ଯଦି 3 ଦିନ ମଧ୍ୟ ରେ କୌଣସି କାର୍ଯ୍ୟନୁଷ୍ଠାନ ନହୁଏ ଆଗାମୀ 3 ଦିନ ରେ ସୋର ସମସ୍ତ ପ୍ରାର୍ଥମିକ ବିଦ୍ୟାଳୟ ପାଠ ପଢା ବନ୍ଦ କରି ବ୍ଲକ ଶିକ୍ଷାଧିକାରି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ରେ ବସିବା ନେଇ ଚେତାବନୀ ଦେଇଛନ୍ତି l ଏହା ଶିକ୍ଷକ ଜାତି ପାଇଁ କଳଙ୍କିତ ଅଧ୍ୟୟା ଶିକ୍ଷକ ହେଉଛନ୍ତି ସମାଜ ର ଆଇନା ସଦୃଶ୍ୟ ଯେଉଁଭଳି ଭାବେ ପୋଲିସ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କ୍ରିମିନାଳ ଭଳି ବ୍ୟବହାର କଲା ଏହା ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରୁଛି l ଏହି ଘଟଣା ଙ୍କୁ ସୋର, ଜିଲ୍ଲା ଓ ରାଜ୍ୟ ବିଭିନ୍ନ ସଂଗଠନ ସହଯୋଗ କରିବା ସହିତ ଆନ୍ଦୋଳନ ରେ ସାମିଲୀ ହେବା ନେଇ ସଂଘ ସଂମ୍ପାଦକ ସୂଚନା ଦେଇଛନ୍ତି l
More Stories
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ।
ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା।
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି , ଓଡ଼ିଶାରୁ କୁମ୍ଭ ମେଳାକୁ ଯିବ ବସ୍।