January 3, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଙ୍ଗନବାଡ଼ି ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ସମୀକ୍ଷା ବୈଠକ


ମୋ ଟିଭି ଓଡିଶା / ଆଗରପଡ଼ା :  ୦୩/୦୮

ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଠାରୁ ଗଣିଜାଙ୍ଗ ଭାୟା ଗୋପାଳପୁର,ଆମ୍ବଗଢ଼ିଆ ଯାଇଥିବା ୮.୫୦୦ କିମି ଦୂରତ୍ୱ ବିଶିଷ୍ଟ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିବା ସହତ୍ତ୍‌ର୍ମାନ ମରଣଯନ୍ତା ପାଲଟିଲାଣି । ରାସ୍ତାରୁ ପିଚୁ ଉଠି ଏବେ ଏହା ଖାଲଖମାରେ ପରିଣତ ହୋଇଛି ଯଦ୍ୱାରା ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ଲେଖାଏର୍ ପାଣି ଜମି ରହୁଛି । ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ବୃଦ୍ଧ ବୃଦ୍ଧା ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉକ୍ତ ଅଂଚଳପଳ ପାଇଁ ମୁଖ୍ୟ ରାସ୍ତାଥିବାରୁ ଏହା ସାବିତ୍ରୀ ପୀଠ, ଓଡ଼ଙ୍ଗ, ଆଗରପଡ଼ା, ଟିଲୋ, କାଦବରାଙ୍ଗ ଓ ଅନ୍ୟଏକ ପାଶ୍ୱର୍ ଗୋପାଳପୁର,ଗଣିଜାଙ୍ଗ ଦେଇ ମୁଖ୍ୟ ରାସ୍ତାକୁ ସଂଯୋଗ କରିଛି । ଉକ୍ତ ରାସ୍ତା ବିଭିନ୍ନ ସ୍ଥାନକୁ ସଂଯୋଗ କରିଥିବାରୁ ଓ ଉକ୍ତ ଅଂଚଳର ଚାଷୀମାନେ ବହୁପରିମାଣରେ ପରିବା ଚାଷ କରୁଥିବାରୁ ବିଭିନ୍ନ ଅଂଚଳର ଚାଷୀଙ୍କ ସହ ଜନସାଧାରଣ ମାନେ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି । ଉକ୍ତ ରାସ୍ତା ଦେଇ ମଧ୍ୟ ବହୁସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନବାହାନ ଯାତାୟତ କରିଥାଏ । ଉକ୍ତ ରାସ୍ତା ଦେଇ ଲୋକେ ମୁଖ୍ୟ ରାସ୍ତାରେ ପହଁଚିବା ସହ ଜିଲ୍ଲା ଓ ବ୍ଳକ ସଦର ମହକୁମାକୁ ଯାତାୟତ କରିଥାନ୍ତି । ବର୍ଷା ରୁତୁ ଚାଲୁଥିବାରୁ ପିଲା ମାନେ ବିଦ୍ୟାଳୟ ଯିବା ସହ ଅନ୍ୟାନ୍ୟ ପଥଚାରୀ ସମସ୍ୟାରେ ପଡ଼ୁଛନ୍ତି ।

ଜରୁରୀ ସ୍ଥିତିରେ ଦମକଳ କିମ୍ବା ଆମ୍ବୁଲାନ୍ସ ଯାତାୟତରେ ସମସ୍ୟା ସାଜୁଛି । ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ଅବସ୍ଥା ଏପରି ହୋଇଥିବାର ଅଭିଯୋଗ ହେଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନକୁ ଯାଇଥିବା ରାସ୍ତାରେ ଫଳକ ଲଗାଯାଉଥିଲେ ମଧ୍ୟ ରାସ୍ତାର ଅବସ୍ଥା ପ୍ରତି ଗୁରୁତ୍ୱ ଦେଉନଥିବାରୁ ଅଂଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଉଛି । ରାସ୍ତା ପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଇ ମରାମତି କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।
ଭିନ୍ନକ୍ଷମଙ୍କୁ ହ୍ୱିଲ୍‌ଚେୟାର ବଣ୍ଟନ(ଫଟୋ)
ଆଗରପଡ଼ା,ତା୩/୮:ବନ୍ତ ବ୍ଲକ ଚାରିଗାଁ ପଂଚାୟତରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପତ୍ରାନୁସାରେ ସରପଂଚ ପ୍ରତିନିଧି ତଥା ପ୍ରାକ୍ତନ ସରପଂଚ ବନମାଳୀ ବେହେରା,ସମିତିସଭ୍ୟ ଧରଣିଧର କର,ପ୍ରାକ୍ତନ ସମିତିସଭ୍ୟ ରାମଚନ୍ଦ୍ର ସାହୁ,ଗଜେନ୍ଦ୍ର ଜେନା,ମାର୍କଣ୍ଡ ମହାକୁଡ଼ ପ୍ରମୁଖଙ୍କ ଉପସ୍ଥିତିରେ ଉର୍ମିଳା କୁଅଁର,ପୂର୍ଣ୍ଣିମା ଜେନା,ପ୍ରଜ୍ଞାପରମିତା ଜେନା,ସୁରେଶ ବେହେରା,ହରିହର ନାୟକ ଏବଂ ପ୍ରଫୁଲ୍ଲ ମହାକୁଡ଼ ପ୍ରମୁଖଙ୍କୁ ହ୍ୱିଲ୍‌ଚେୟାର ବଣ୍ଟନ କରାଯାଇଥିବା ଜଣା ପଡ଼ିଛି ।

Latest news