January 5, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନକଲି ସାର ଜବତ, ବେପାରୀ ଗିରଫ।

ମୋ ଟିଭି ଓଡିଶା / ଖୋର୍ଦ୍ଧା :

ବ୍ରାଣ୍ଡେଡ୍‌ କମ୍ପାନି ନାଁରେ ନକଲି ତରଳ ୟୁରିଆ ତିଆରି କରି ବଜାରକୁ ଛଡ଼ାଯାଉଥିଲା। ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଚଢ଼ଉ କରି ଏହାର ପର୍ଦ୍ଦାଫାସ କରିବା ସହ ଖୋର୍ଦ୍ଧା ଓ କଟକ ଜଗତ୍‌ପୁରରୁ ୬ ହଜାର ୬୮୦ ଲିଟର ନକଲି ଜବତ କରିଛି| ଏଥିରେ ସଂପୃକ୍ତ ଫ୍ୟାକ୍ଟ୍ରିର ମାଲିକ କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ମହାନଦୀ ବିହାରର ଶିବଚରଣ ସିଂହ, କଟକ ଗତିରାଉତ ପାଟଣାର ଗାଡ଼ି ଚାଳକ ତ୍ରିଲୋଚନ ବେହେରା ଓ ଖୋର୍ଦ୍ଧା ଆଦର୍ଶ ଥାନା ତୋଟାପଡ଼ାର ଚା’ ଦୋକାନୀ ଏସ୍କେ ଜୁନୈଦ୍ ଅଲ୍ଲୀ (୩୨)ଙ୍କୁ ପୁଲିସ ଗିରଫ କରିଛି। ତରଳ ୟୁରିଆର ଆବଶ୍ୟକତା ବିଏସ୍- ୬ ମଡେଲ୍‌ର ବଡ଼ଯାନ ପାଇଁ ନିହାତି ଲୋଡ଼ା। ପ୍ରାୟ ପ୍ରତି ଦୁଇ ହଜାର କିଲୋମିଟରରେ ତରଳ ୟୁରିଆ ଗାଡ଼ିକୁ ନଦେଲେ ଗାଡିର ଇଞ୍ଜିନ୍ ଓ କାର୍ଯ୍ୟଦକ୍ଷତା ପ୍ରଭାବିତ ହୁଏ | ଟାଟାଠୁ ଆରମ୍ଭ କରି ମହିନ୍ଦ୍ରା ଯାଏ, ସବୁ କମ୍ପାନି ନିଜ ନିଜର ତରଳ ୟୁରିଆ ତିଆରି କରି ମାର୍କେଟ୍‌ରେ ବିକ୍ରିବଟା କରୁଛନ୍ତି | ମାତ୍ର ମହାନଦୀ ବିହାରର ଅଭିଯୁକ୍ତ ଶ୍ରୀ ସିଂହ ଅସଲି ବ୍ରାଣ୍ଡ୍‌ରେ ନକଲି ଛାଡୁଥିଲେ |

ସୂଚନା ପାଇ ଟାଟା କମ୍ପାନିର ଲିଗାଲ୍ ଅଫିସର ରାଜେଶ ରବି ଦାସ (୩୯) ଖୋର୍ଦ୍ଧା ଥାନାରେ ଲିଖିତ ଅଭିଯୋଗ କରିବା ସହ ଖୋର୍ଦ୍ଧା ତୋଟାପଡ଼ା ଅଞ୍ଚଳର ଚା’ ଦୋକାନୀ ଜୁନୈଦ୍ ଅଲ୍ଲୀ ନକଲି ଜିନିଷ ବିକ୍ରି କରୁଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ତୋଟାପଡ଼ାରେ ଚଢ଼ଉ କରି ୬୪ ବାଲ୍ଟି ତରଳ ୟୁରିଆ ଜବତ କରିଥିବା ବେଳେ କଟକ ଜଗତପୁର ଇମାମ୍ ନଗରରେ ରାତିଅଧିଆ ଚଢ଼ଉ କରି ସେଠାରୁ ଆଉ ୨୭୦ ବାଲ୍ଟି ତରଳ ୟୁରିଆ କବିତ କରିଛି ତା’ ସହିତ ୪୦ଟି ଖାଲି ବାଲ୍‌ଟି, ୫୦୦ ଲିଟର ବିଶିଷ୍ଟ ଦୁଇଟି ସିଟାକ୍ସ ଟାଙ୍କି, ଜାଲ୍ ଜିନିଷ ଚାଲାଣ କରୁଥିବା ଏକ ପିକ୍‌ଅପ୍ (ଓଡି ୦୫ୱାଇ-୮୮୧୭) ଜବତ ହୋଇଛି। ଏ ନେଇ ଆଜି ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ତିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି |

Latest news
ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ହାଇୱା ଧକ୍କାରେ ସମ୍ବଲପୁରର ୨ ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ ସୋର,ଦୀର୍ଘ ଦିନର ଦାବି ସୋରବାସୀଙ୍କ ଗତକାଲି ପୂରଣ ହୋଇଛି l 36 ଗୋରୁ ଉଦ୍ଧାର କଲା ପୋଲିସ, ଡ୍ରାଇଭର ହେଲ୍ପର ଫେରାର ପ୍ରବାସୀ ଭାରତୀୟ ଦିବସରେ ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ... ଲିଫ୍ଟ କେନାଲ ରୁ ଜଳସେଚନ ଓ ଡିପିଆର ପରିବର୍ତ୍ତନ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ସଚେତନ କୃଷକ ମଞ୍ଚ କର୍ମକର୍ତ୍ତା। ରେଙ୍ଗାଳପାଲି ମଣ୍ଡି ଉଦଘାଟିତ, ଉତ୍ସାହ ର ସହ ଧାନ ବିକ୍ରି କଲେ ଚାଷି। କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ। ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ କୁମାର ସାହୁ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା