ମୋ ଟିଭି ଓଡିଶା / ସୁନ୍ଦରଗଡ : ୦୪/୦୮ :
ଏକ ଦୁଃଖଦ ଘଟଣା ସାମନାରେ ଆଜି ଦେଖିବାକୁ ମିଳିଛି, ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ସାନପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ପାତକିଜୋର୍ ଗାଁ ର ଆମକୁନି ପଡ଼ାରୁ । ଗାଁର ବିଷ୍ଣୁ ଡନସେନାଙ୍କର ଗତ କାଲି ପେଟ ବ୍ୟଥା ହେବାରୁ ଆଜି ତାଙ୍କର ଦେହ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କର ନାତି ୧୦୮ କୁ ଫୋନ କରି ଜଣାଇବାରୁ କିଞ୍ଜିରକେଲା ହସ୍ପିଟାଲରରୁ ଆମ୍ବୁଲାନ୍ସ ଆସିଲା ।
ମାତ୍ର ବର୍ଷାରେ ଗାଁ ରାସ୍ତା କାଦୁଅ ପଚ୍ ପଚ୍ ହୋଇଥିବା କାରଣରୁ ଆଉ ଆମ୍ବୁଲାନ୍ସ ଗାଁ ରେ ପହଞ୍ଚି ପାରିଲାନି । ହେଲେ ଏ ପଟେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ ଯାଉଥିବା ବେଳେ, ଶେଷରେ ବାଧ୍ୟ ହେଇ ସମ୍ପର୍କୀୟ ଗୋଟେ ଖଟିଆରେ ପ୍ରାୟ ୩ କିଲୋ ମିଟର ରାସ୍ତା ବୋହି ବୋହି ରୋଗିକୁ ନେଇ ଏମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ ।
ରାସ୍ତା ଏତେ ମାତ୍ରା ରେ ଖରାପ ଥିବାରୁ ୪ ଜଣ ଲୋକ ଖଟିଆରେ ବୋହି ନେଇ ଯିବାପାଇଁ ମଧ୍ୟ ଅସୁବିଧା ହେଲା । ପରେ ବାଧ୍ୟ ହୋଇ ଚାଷ ଜମି ଭିତରେ ଚାଲି ଚାଲି ବୋହି କି ସ୍କୁଲ ପଡ଼ା ପର୍ଯ୍ୟନ୍ତ ନେଇଥିଲେ । ତାପରେ ସେଇଠୁଁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପହଞ୍ଚିଥିଲେ, କିନ୍ତୁ ଦୁର୍ଭାଗ୍ୟ ବଶତଃ ରୋଗୀ ହସ୍ପିଟାଲକୁ ପହଞ୍ଚିବାର ୨ ଘଣ୍ଟା ର ଚିକିତ୍ସା ପରେ ତାଙ୍କୁ ମୃତ ମୃତ୍ୟୁ ହୋଇଯାଇଥିଲା ।
ତାଙ୍କର ପରିବାର କହିବାର ଅନୁସାରେ ହୁଏ ତ ଟିକେ ଆଗରୁ ପହଞ୍ଚି ଥିଲେ ରୋଗୀ ବଞ୍ଚିଯାଇ ଥାନ୍ତା । ହେଲେ ଏଠାରେ ପ୍ରଶ୍ନ ଉଠୁଛି ସ୍ୱାଧୀନତାର ଏତେ ବର୍ଷ ପରେ ବି ଲୋକଙ୍କୁ ତାଙ୍କର ମୌଳିକ ସୁବିଧା ମିଳି ପାରୁନାହିଁ, ଗାଁ କୁ ପକ୍କା ରାସ୍ତା ଟିଏ ମଧ୍ୟ ନାହିଁ । ଯଦ୍ୱାରା ବିଳମ୍ୱ ହେବାରୁ ରୋଗୀଟିର ଜୀବନ ଚାଲିଗଲା । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ଅଭ୍ୟନ୍ତରିଣ ଅଞ୍ଚଳ ରେ ବିକାଶ ଏବେ ବି ଅପହଞ୍ଚ ।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।