February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବୃକ୍ଷ ରୋପଣ କାର୍ଯ୍ୟକ୍ରମ।


ମୋ ଟିଭି ଓଡିଶା / ଖୋର୍ଦ୍ଧା :

ବୃକ୍ଷ ହିଁ ଜୀବନ ବୃକ୍ଷବିନା ମାନବ ସମ୍ବଳ ତିଷ୍ଠିବା ଅସମ୍ଭବ।ବୂକ୍ଷ ବିନା ଜଳବାୟୁ ସନ୍ତୁଳନ ବିଗିଡିବାରେ ଲାଗିଛି।ବିଶ୍ୱ ଗ୍ଲୋବାଲ ଓ୍ବ।ର୍ମୀ ଆଡକୁ ମାଡି ଯାଉଛି।ବିଶ୍ୱର ଜଳବାୟୁ ବିପଥଗାମୀ ହେବାକୁ ବସିଲାଣି।ମାନବ ସମ୍ବଳ ଏବେ ଠାରୁ ସଚେତନ ନହେଲେ ଆଗାମୀ ଦିନରେ ଜୀବଜଗତ ଉପରେ ବିଶେଷ ଭାବରେ ପ୍ରଭାବ ପକାଇବ। ପରିବେଶ ପ୍ରଦୂଷିତ ଓ ଜଳବାୟୁ କୁ ଠିକ ରଖିବାକୁ ହେଲେ ବୃକ୍ଷରୋପଣ ଜରୁରୀ।ସେଥିପାଇଁ ଭୂବନେଶ୍ୱରର ଶାହା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଲାୟନସ୍ କ୍ଲବ ବ୍ରହ୍ମପୁର ଓ ଡିକୋବି ଭୂବନେଶ୍ୱର ସହଯୋଗରେ ୧୬ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ଶ୍ରୀକୃଷ୍ଣ ପୁର ଠାରେ ଥିବା ବାସୁଦେବ ପ୍ରଧାନଙ୍କ ଜମିରେ ୧୦୦ଟି ନଡିଆ ଗଛ,୧୦୦ଟି ଆମ୍ବ ଗଛ ଓ ୧୦୦ଟି ପିଜୁଳି ଗଛ ସମୁଦାୟ ୩୦୦ଟି ଗଛ ଲଗାଯାଇଛି। ଟ୍ରଷ୍ଟର ମୂଖ୍ୟ ଜୀବନ ବାବାଙ୍କ ନେତୃତ୍ୱରେ ବୃକ୍ଷରୋପଣ କରାଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବାସୁଦେବ ପ୍ରଧାନଙ୍କ ପରିବାର ଲୋକେ ଓ ସ୍ଥାନୀୟ ଅଂଚଳର ଲୋକଙ୍କ ସହଯୋଗରେ ବୃକ୍ଷ ରୋପଣ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ମାଗଣା ଗଛ ପ୍ରଦାନ କରାଯାଇଛି ଆଗାମୀ ଦିନରେ ଯେ କୈ।ଣସି ଯାଗାରେ ବୃକ୍ଷରୋପଣ କରିବାକୁ ଚାହିଁବେ ସେ ସ୍ଥାନରେ ବୃକ୍ଷରୋପଣ କରିବାକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ କିଭଳି ଭାବରେ ବ୍ୟାପକ ଭାବରେ ବୃକ୍ଷ ରୋପଣ କରାଯାଇ ପରିବେଶ ଜଳବାୟୁକୁ ସନ୍ତୁଳିତ କରାଯାଇ ପାରିବ ସେଥିପାଇଁ ବାସୁଦେବଙ୍କ ପରିବାର ସମସ୍ତ ସଦସ୍ୟ ମାନେ ସଂକଳ୍ପ ନେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।