କଳାହାଣ୍ଡି:୧୪/୦୪ – ଅଗ୍ନିଶମ ବିଭାଗ ପକ୍ଷରୁ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ।୧୪ ଅପ୍ରେଲ ରୁ ୨୦ ଅପ୍ରେଲ ପର୍ଯ୍ୟନ୍ତ ରାଜ୍ୟରେ ପାଳନ କରା ଯାଉଥିବା ବେଳେ କୋକସରା ବ୍ଲକ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘ ଙ୍କ ନେତୃତ୍ୱରେ ସୁରକ୍ଷା ସପ୍ତାହ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କୋକସରା ସହର ପରିକ୍ରମା କରି ଅଗ୍ନି ନିରାପତ୍ତା ସୁରକ୍ଷା ବିଷୟରେ ଜନ ସାଧାରଣ ଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମ ରେ ବିଭାଗୀୟ କର୍ମଚାରୀ ମନୋଜ ବିଶ୍ୱାଳ, ବାସୁଦେବ ଭୋଇ, ସତ୍ୟମ ମାଝୀ, ଲଳିତ ପୁଟେଲ, ରାଧେଶ୍ୟାମ ପ୍ରଧାନୀ, ଗିରିଧାରୀ ଦଣ୍ଡସେନା କାର୍ଯ୍ୟକ୍ରମ ରେ ସାମିଲ ରହିଥିଲେ।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ