February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦୁଇ ରୁ ଅଧିକା ସନ୍ତାନ ଥିବା ଅଭିଯୋଗ, ପଦବୀ ହରାଇଲେ ଗୁମିକିଆ ସରପଞ୍ଚ ।


ମୋ ଟିଭି ଓଡ଼ିଶା,ଦାରିଙ୍ଗବାଡି :୯/୮(ସୁଶାନ୍ତ କୁମାର ସାହୁ):

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନ ତାଙ୍କ ପଦବୀ ହରାଇଛନ୍ତି। ୫ ସନ୍ତାନ ଥିବାରୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ତ୍ରିନାଥଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି।

ନିର୍ବାଚନରେ ପଞ୍ଚାୟତ ଅଧିନିୟମକୁ ଉଲଂଘନ କରି ତ୍ରିନାଥ ବିଜୟୀ ହୋଇଥିଲେ। ତାଙ୍କର ୨ରୁ ଅଧିକ ସନ୍ତାନ ଥିବା ନେଇ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସୁରୁଲାଇ ଗ୍ରାମର ପିତର ପ୍ରଧାନ ଅଭିଯୋଗ କରିଥିଲେ। ଏହାର ତଦନ୍ତ ଅନୁସାରେ ଅଙ୍ଗନୱାଡି ସମେତ ଜନ୍ମ ପଞ୍ଜିକୃତ ରେକର୍ଡ, ଆଧାର କାର୍ଡ ଆଦିରୁ ତ୍ରିନାଥଙ୍କ ୧୯୯୪ ପ୍ରଥମ ସନ୍ତାନ, ୧୯୯୮ରେ ଦ୍ୱିତୀୟ, ୨୦୦୨ରେ ତୃତୀୟ,୨୦୦୬ରେ ଚତୁର୍ଥ ଏବଂ ୨୦୦୯ରେ ପଞ୍ଚମ ସନ୍ତାନ ଜନ୍ମ ଗ୍ରହଣ କରିଥିବା ଜଣାପଡିଥିଲା। ସୂଚନାଯୋଗ୍ୟ, ୨୦୨୨ ପଞ୍ଚାୟତ ନିର୍ବାଚନରେ ତ୍ରିନାଥ ମିଥ୍ୟା ସତ୍ୟପାଠ ଦେଇ ସରପଞ୍ଚ ନିର୍ବାଚିତ ହୋଇଥିଲେ। ୨୦୨୩ରେ ତାଙ୍କ ବିରୋଧରେ ୫ ସନ୍ତାନ ଥିବା ନେଇ ଅଭିଯୋଗ ଆସିଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।