February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଦାରିଙ୍ଗବାଡ଼ିରେ କୁଇକୁଳ ସମିତି ଆହ୍ୱାନ କ୍ରମେ ବିଶ୍ଵ ଆଦିବାସୀ ଦିବସ ପାଳିତ ।


ମୋ ଟିଭି ଓଡିଶା , ଦାରିଙ୍ଗବାଡି: ୯/୮ (ସୁଶାନ୍ତ କୁମାର ସାହୁ):

ଦାରିଙ୍ଗବାଡି ସ୍ଥିତ ସାରିଙ୍ଗିଇର୍ପି ପାଷ୍ଟରାଲ ସଭାଗୃହ ଠାରେ ଆଦିବାସୀ ମହାସଂଘ ଏବଂ କୁଇକୁଳ ସମିତି ଆହ୍ୱାନ କ୍ରମେ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି। କୁଇକୁଳ ସମିତି ସଭାପତି କରୁଣାକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର, ମୁଖ୍ୟ ବକ୍ତା ଭାବେ ତହସିଲଦାର ଶରତ ଶବର , ସମ୍ମାନୀତ ଅତିଥି ଭାବେ କୁଇକୁଳ ସମିତି ର ପୂର୍ବତନ ସଭାପତି ଘେନେଶ୍ୱର ପ୍ରଧାନ, ଆଦିବାସୀ ମହାସଂଘ ସମ୍ପାଦକ ସନ୍ତୋଷ ପ୍ରଧାନ, ସିର୍କାବର୍ଗ ସମିତି ସଭ୍ୟ ଶ୍ୟାମଘନ ପ୍ରଧାନ , ପାଷ୍ଟର ସଂଘ ସଭାପତି ସୁନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସଂଘ ପକ୍ଷରୁ ସରକାରଙ୍କ ପାଖରେ ବିଭିନ୍ନ ଦାବି ରଖା ଯାଇଥିଲା । ଜଙ୍ଗଲ ଜମି ଚିହ୍ନଟ କରି ଯଥା ଶୀଘ୍ର ପଟା ବଣ୍ଟନ, ଜନ ବିରୋଧି ଜଙ୍ଗଲ ସଂରକ୍ଷଣ(ସଂଶୋଧନ )ଆଇନ -୨୦୨୩ କୁ ବାତିଲ,୧୯୯୬ ପେଶା ଆଇନ କୁ ଅବିଳମ୍ବେ ଲାଗୁ କରିବା, ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ସମସ୍ତ କୃଷି ଜାତ ଦ୍ରବ୍ୟ ର ଉପଯୁକ୍ତ ମୂଲ୍ୟ ପ୍ରଦାନ, ଦାରିଙ୍ଗବାଡି ରେ ରହିଥିବା ଡକ୍ଟର ବି.ଆର ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡିଗ୍ରୀ ମହାବିଦ୍ୟାଳୟ ଯଥା ଶୀଘ୍ର ଖୋଲିବା, ଦାରିଙ୍ଗବାଡି ମେଡ଼ିକାଲରେ ବିଶେଷଜ୍ଞ ଡକ୍ଟର ପଦବୀ ପୂରଣ, ଦାରିଙ୍ଗବାଡି ଲ୍ୟାମ୍ପରେ ଏମଡି ପଦବୀ ଶୀଘ୍ର ପୂରଣ, ବ୍ରାହ୍ମଣୀଗାଁ କୁ ବ୍ଲକ ଘୋଷଣା ଯିବା ଭଳି ଦାବି ରହିଥିଲା । ପାରମ୍ପରିକ ବାଦ୍ୟ ଯନ୍ତ୍ର ସହିତ ନାଚ ଗୀତ କରି ବଜାର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମ ଟିକୁ ଆଦିବାସୀ ମହାସଂଘର ସଭାପତି ଏଲିଆସ୍ ପ୍ରଧାନ ପରିଚାଳନା କରିଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।