February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶବର ଜନଜାତିକୁ ବିକୃତ କରାଯାଉଥିବା ଅଭିଯୋଗମହାସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ


ମୋ ଟିଭି ଓଡିଶା / ଆଗରପଡ଼ା, : ୦୯/୦୮

ରାଜ୍ୟ ଉତ୍କଳ ଶବର ମହାସଂଘ ପକ୍ଷରୁ ଭଦ୍ରକ ଜିଲ୍ଲା ବନ୍ତ ଜଳ ସେଚନ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶବର ଜନଜାତିର ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଜାତିରେ ଅନ୍ତର୍ଭୂକ୍ତ କରାଯାଇ ବିକୃତ କରାଯିବା ସହ ସେମାନଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ କରାନଯିବା ପାଇଁ ଦାବି ଉପସ୍ଥାପନା କରାଯାଇଥିଲା । ମହାସଂଘ ରାଜ୍ୟ ସଂପାଦକ ରବିନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସଂଗଠନ ସଂପାଦକ ଅମୂଲ୍ୟ ଦାସ,ରାଜ୍ୟ ଯୁଗ୍ମ ସଂପାଦକ ମୋହନ ଦାସ,ରବିନ୍ଦ୍ର ଦାସ,କୋଷାଧ୍ୟକ୍ଷ ବ୍ରଜ କିଶୋର ଦାସ,ଉପଦେଷ୍ଟା ସୁବାସ ଦାସ,କାର୍ଯ୍ୟକାରିଣୀ ସଭ୍ୟ ମୀନକେତନ ଦାସ,ଦୀପକ ଦାସ,ବୈଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ;ରାଜ୍ୟରେ ପ୍ରାୟ ୩୫୦ ଗ୍ରାମରେ ଅନୁନ୍ୟ୧୫୫୦ ପରିବାରର ୫୫ହଜାର ଶବର ଜାତିର ବ୍ୟକ୍ତି ବସବାସ କରୁଛନ୍ତି । ସେଥିମଧ୍ୟରୁ ପ୍ରାୟ୧୩ହଜାର ବ୍ୟକ୍ତି ଶବର ପ୍ରମାଣପତ୍ର ମଧ୍ୟ ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୩୧୫୦ଜଣ ବିଭିନ୍ନ ସରକାରୀ ଚାକିରୀରେ ଅବସ୍ଥାପିତ ହୋଇଛନ୍ତି । ତତ୍‌ସହିତ ୨ଶହରୁ ଅଧିକ ବ୍ୟକ୍ତି ରାଜ୍ୟ ସରକାରଙ୍କ ଜନପ୍ରତିନିଧି ଭାବରେ ଶବର ଜନଜାତିରେ ନିର୍ବାଚନ ପ୍ରକ୍ରିୟାରେ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । ୧୯୨୮ ମସିହା ସେଟେଲମେଣ୍ଟ (ୟାଦାଦସ୍ତ)ଠାରୁ ଆରମ୍ଭ କରି ଅଧ୍ୟାବଧି ମହାସଂଘ ନିକଟରେ ଥିବା ଆର୍‌ଓଆର୍‌ରେ ସେମାନଙ୍କୁ ଶବର ମାନ୍ୟତା ମିଳିଆସୁଅଛି । ୨୦୦୧ ଓ ୨୦୧୧ ମସିହା ଜନଗଣନା ଅନୁଯାୟୀ ସେମାନେ ଶବର ଜନଜାତିରେ ଅନ୍ତର୍ଭୂକ୍ତ ଅଟନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ପରମ୍ପରା,ପ୍ରଥା ଓ କୌଳିକବୃତ୍ତିକୁ ଅନୁଧ୍ୟାନ କରାନଯାଇ ସେମାନଙ୍କୁ ନଳୁଅ।।ଶବର,ନଳୁଆକେଳା,କେଳା,ଶବରକେଳା,ଶବର,ସବର ଆଦି ବିଭିନ୍ନ ବର୍ଗରେ ଚିହ୍ନଟ କରାଯାଇଅଛି । ଅନ୍ୟପକ୍ଷରେ ଜାତିଗତ ପ୍ରମାଣପତ୍ର ପ୍ରଦାନ ବେଳେ କୌଳିକବୃତ୍ତିକୁ ସଠିକ ତଦନ୍ତ କରି ପ୍ରଶାସନିକ ଅଧିକାରୀା ଶବର ଜାତିଗତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଜାତିଗତ ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିବାପରେ ରାଜ୍ୟ ସରକାରଙ୍କ ହରିଜନ ଓ ଆଦିବାସୀ ବିଭାଗ ଦ୍ୱାରା ଶବର ଜାତିର କୌଳିକ ବୃତ୍ତି ଓ ପ୍ରଥାକୁ ତଦନ୍ତ ମଧ୍ୟ କରାଯାଇଛି । ବିଭିନ୍ନ ଖତିୟାନରେ ‘ଶ’ ଶବର,’ସ’ସବର ଥିବା ବେଳେ ପ୍ରଶାସନିକ ଅଧିକାରୀ ଜାତିଗତ ପ୍ରମାଣପତ୍ର ପ୍ରଦାନ କରୁଅଛନ୍ତି । ପ୍ରଶାସନିକ ଅଧିକାରୀ ସଠିକ୍ ତଥ୍ୟ ସଂଗ୍ରହ ନକରି ମନଇଚ୍ଛା ତଥ୍ୟକୁ ନେଇ ଶବର ଜାତିକୁ ହଇରାଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଶବର ଜନଜାତିକୁ ବିକୃତ କରିବା ଏବଂ ସେମାନଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ କରିବାର ଅପଚେଷ୍ଟା କଲେ ସେମାନେ ଆଗାମୀ ଦିନରେ ବ୍ଲକର ତହସିଲ ଅଫିସ ଠାରୁ ଆରମ୍ଭ କରି ଜିଲ୍ଲାପାଳ,ଆରଡ଼ିସି,ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଓ ବିଧାନସଭା ସମ୍ମୁଖରେ ଆମରଣ ଅନଶନ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।