MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଛଣଗିରି ଗ୍ରାମରେ ଦୁଇ ସଂମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ମୋଟର ସାଇକେଲ ଭଗାଂରୁଜା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ।


ମୋ ଟିଭି ଓଡିଶା / ଖୋର୍ଦ୍ଧା :

ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଗଗିରି ଗ୍ରାମରେ ସାପ୍ରଦାୟିକ ଉତ୍ତେଜନା ଦେଖିବାକୁ ମିଳିଛି। ହିନ୍ଦୁ ଓ ସଂଖ୍ୟାଲଘୁ ସଂମ୍ପ୍ରଦାୟ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି।ସୂଚନାରୁ ଜଣାପଡିଛି ଜଣେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ର ବ୍ୟକ୍ତି ଓଗାଳପୁର ଗ୍ରାମରୁ ଗୋରୁ ଆଣିବାକୁ ଯାଇ ଗୋରୁଵୋଝେଇ କରି ଫେରୁଥିବା ଖବର ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳରର କର୍ମକର୍ତ୍ତା ମାନେ ସୂଚନା ପାଇ ରାସ୍ତାରେ ଜଗିରହିଥିଲେ। ଛଣଗିରି ଗାଁ ରାସ୍ତାରେ ଗାଡିଟିକୁ ଅଟକାଇ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳ ର ସଦସ୍ୟ ପଚାରିବାରେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ର କେତେକ ଯୁବକ ହଠାତ ପହଞ୍ଚି ବାରୁ ଉଭୟଙ୍କ ମଧ୍ୟରେ ମାଡପିଟ ହୋଇଥିଲେ। ପରେ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳର ସଦସ୍ୟ ମାନେ ଖବର ପାଇ ଛଣଗିରି ଗାଁ ଠାରେ ଏକଜୁଟ ହେଉଥିବା ବେଳେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ର ଲୋକେ ମାରଣାସ୍ତ୍ର ଧରି ମିଳିତ ଭାବରେ ଆକ୍ରମଣ କରିଥିଲେ। ଆକ୍ରମଣରେ ହିନ୍ଦୁ ସଂଗଠନର ୧୮ଟି ମୋଟର ସାଇକେଲକୁ ସଂପୂର୍ଣ୍ଣ ଭାଗିଂ ଦେଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଜଂକିଆ ପୋଲିସ ଖୋର୍ଦ୍ଧା ଏସଡିପିଓ ପହଞ୍ଚି ତିକ୍ଷ୍ ନଜର ରଖିଛନ୍ତି।ପ୍ରତିବାଦରେ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳର ସଦସ୍ୟ ମାନେ ପ୍ରଥମେ ନୂଆ ଜଗନ୍ନାଥ ସଡକ ଛଣଗିରି ଛକ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ଉଗ୍ରରୂପ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।ପରେ ଗାଡିମୋଟର ଦୋକାନ ବଜାର ଘର ଭଗାଂରୁଜା ହୋଇଥିଲା। ସାମ୍ପ୍ରଦାୟିକ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବକୁ ହିନ୍ଦୁ ସଂଗଠନ ପକ୍ଷରୁ ଦାବି ଜୋର ଧରିଥିଲା। ହିନ୍ଦୁ ସଂଗଠନ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଠାରେ ରାସ୍ତା ଅବରୋଧ ହୋଇଥିଲା।ଶତାଧିକ ଲୋକେ ଜାତୀୟ ରାଜପଥ ଉପରେ ଟାୟାର ଜାଳି କରିଛନ୍ତି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ।

ରାସ୍ତାର ଉଭୟ ପାର୍ଶ୍ଵରେ ଦିର୍ଘ ୪ଘଣ୍ଟା ଧରି ଗାଡିମୋଟର ଅଟକି ରହିଥିଲା। ଘଟଣା ସ୍ଥଳରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ,  ଖୋର୍ଦ୍ଧା ଏସ୍ପି ଓ ଅତିରିକ୍ତ ଏସ୍ଢି ପହଞ୍ଚି ଆନ୍ଦୋଳନରତ ଲୋକଙ୍କ ସହିତ ଆଲୋଚନା କରି ବୁଝାଶୁଝା କରିଥିଲେ। ସଂନ୍ଧ୍ୟା ୬ଟରୁ ୧୬ନମ୍ବ ଜାତୀୟ ରାଜପଥ ୪ଘଣ୍ଟା ଧରି ଅବରୋଧ ହୋଇଥିଲା।ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାଶ ଗୋମାଫିଆ ମାନଙ୍କ ସହିତ ସମ୍ପର୍କ ରଖି ଗୋ ରକ୍ଷକ ମାନଙ୍କ ନାମରେ ମାମଲା ରୁଜୁ କରି ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ତାଙ୍କୁ ଖୋର୍ଦ୍ଧା ରୁ ବଦଳି କରିବାକୁ ଦାବି ହୋଇଥିଲା। ସାମ୍ପ୍ରଦାୟିକ ମାଡପିଟ ଘଟଣାରେ ଜଣେ ଗୋରକ୍ଷକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ତାଙ୍କର ସମସ୍ତ ମେଡ଼ିକାଲ ଖର୍ଚ୍ଚ ପ୍ରଶାସନ ବହନ କରିବାକୁ ଦାବି କରିଥିଲେ ଆନ୍ଦୋଳନ ରତ ଲୋକେ। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅତିରିକ୍ତ ଏସ୍ପି କହିଥିଲେ। ଖୋର୍ଦ୍ଧା ଜିଲ୍ଲାରେ ସଂପୂର୍ଣ୍ଣ ଭାବରେ ଗୋଚାଲାଣ ବନ୍ଦ କରିବାକୁ ଖୋର୍ଦ୍ଧା ବିଧାୟକ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।