ଦାରିଙ୍ଗବାଡି,୧୪/୦୪(ସୁଶାନ୍ତ କୁମାର ସାହୁ)
୨୦୨୪ ସଧାରଣ ନିର୍ବାଚନ ରେ ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ତାର ପୂର୍ବରୁ ପ୍ରାର୍ଥୀ ସୁରୁଦା ପ୍ରଧାନଙ୍କ ନାମ ଘୋଷଣା କରିଥିଲା ଯାହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏଥି ସହ ସୁରୁଦାଙ୍କ ଜାତିକୁ ନେଇ କୁଇ ସମାଜ ପ୍ରଶ୍ନ ଉଠାଇ ଅଣ ଆଦିବାସୀ ବୋଲି ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ l
ଏହାକୁ ଭିତ୍ତି କରି ଆଜି ୭୫ ଜଣିଆ ବିଧାନ ସଭା ପ୍ରାର୍ଥୀ ତାଲିକା ଘୋଷଣା ବେଳେ ସେଥି ମଧ୍ୟରୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ସୁରୁଦା ପ୍ରଧାନଙ୍କ ନାମ ପରିବର୍ତ୍ତନ କରି ଉପେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଛି l ଯାହାକୁ ନେଇ କଂଗ୍ରେସ ମହଲରେ ବାଣ ଫୁଟାଇ ସ୍ବାଗତ କରିବା ସହ ଦଳ ମଧ୍ୟରେ ଏକତ୍ରିତ ହୋଇ ନିର୍ବାଚନ ଲଢି ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ନେତା କର୍ମୀ ଓ ପାର୍ଥି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।