MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗୋଚାଲାଣ ବେଳେ ପୋଲିସ ଉପରକୁ ଗୁଳିମାଡ

ମୋ ଟିଭି ଓଡିଶା / କେଉଁଝର : ଗୋଚାଲାଣ ଅଟକାଇବା ବେଳେ ପୋଲିସ ଉପରକୁ ଗୁଳିମାଡ । ଗୁଳି ଫୁଟାଇଲେ ଗୋରୁ ମାଫିଆ । ପୋଲିସର ପାଲଟା ଜବାବରେ ଜଣେ ମାଫିଆ ଆହତ ହୋଇଛି । ଆଜି (ରବିବାର) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଲାଢାଙ୍କୁଣି ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି । ପୋଲିସର ଗୁଳିମାଡରେ ଆହତ ଗୋରୁ ମାଫିଆକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ହରିଚନ୍ଦନପୁର ଥାନା କୁଲାଢାଙ୍କୁଣି ଅଞ୍ଚଳରେ 3ଟି ପିକଅପ୍ ଭ୍ୟାନ ଗୋରୁ ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଟିମ୍ ପହଞ୍ଚି ଗୋଚାଲାଣ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଗୋରୁ ଚାଲାଣକାରୀ । ଏହାର କଡ଼ା ଜବାବ ଦେଇଥିଲା ପୋଲିସ । ପୋଲିସ ଗୋରୁ ଚାଲାଣକାରୀଙ୍କ ଉପରକୁ ଗୁଳି ଚଳାଇଥିଲା। । ଏଥିରେ ଜଣେ ଗୋରୁ ମାଫିଆ ଗୋଡରେ ଦୁଇଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ପୋଲିସ ତାକୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଯାହା ସୂଚନା ମିଳିଛି, ଆହତ ଗୋଚାଲାଣକାରୀ ଜଣଙ୍କ ସାନ୍ତରାପୁର ଅଞ୍ଚଳର । ତାଙ୍କର ପରିଚୟ ମିଳି ପାରିନାହିଁ। ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।