ମୋ ଟିଭି ଓଡିଶା / ଗଞ୍ଜାମ : ବୁଗୁଡ଼ା ସହରରେ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତ୍ରିରଙ୍ଗା ଶୋଭାଯାତ୍ରା ସାରା ଦେଶରେ ଯଶଶ୍ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିବା ବେଳେ ବୁଗୁଡ଼ା ସହରରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ସ୍ଵାଧିନ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଯୋଗଦେଇ ଅଂଶଗ୍ରହଣ କରିଥିବା ସମସ୍ତ ବିଜେପି କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ବୁଗୁଡ଼ା ସହରର ସନ୍ତୋଷୀ ମାଁ ଙ୍କ ମନ୍ଦିର ଠାରୁ ଆରମ୍ଭ ହୋଇ ବଡ଼ଦାଣ୍ଡ, ନୂଆଁ ବସଷ୍ଟାଣ୍ଡ, ମୁଖ୍ୟ ସଡ଼କ ହୋଇ ମଦନମୋହନ ଛକଠାରେ ପହଞ୍ଚି ସେଠାରେ ଥିବା ମଦନମୋହନଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ପୋଲସରା ରାସ୍ତା ଦେଇ ବିରଞ୍ଚିନାରାୟଣ ମନ୍ଦିର ଠାରେ ସମାପନ ହୋଇଥିଲା। ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଓ ତ୍ରିରଙ୍ଗା ପତାକାର ସ୍ବାଭିମାନ ଅକ୍ଷୁଣ୍ଣ ରଖିବାପାଇଁ ଜୟଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପିର ବହୁ ତୁଙ୍ଗ ନେତା ଓ ଦଳୀୟ କର୍ମକର୍ତ୍ତା ଶୋଭାଯାତ୍ରା ସାମିଲ ହୋଇଥିଲେ।
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।