MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଆଇଫୋନ୍‌ ଚଲାଇବା ହେବ ମହଙ୍ଗା, ପ୍ରତି ମାସ ଦେବାକୁ ପଡ଼ିବ ୧୬୦୦ ଟଙ୍କା

ଆଗାମୀ ଦିନରେ ଆଇଫୋନ୍ ବ୍ୟବହାର ମହଙ୍ଗା ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ, ଆପଲ୍‌ ପକ୍ଷରୁ ଆପଲ୍ ଇଣ୍ଟେଲିଜେନ୍ସ ଫିଚର୍ ପାଇଁ ପ୍ରତି ମାସ ୨୦ ଡଲାର୍ ଅର୍ଥାତ୍ ପ୍ରାୟ ୧୬୦୦ ଟଙ୍କା ଅତିରିକ୍ତ ଭାବେ ଆଦାୟ କରାଯିବ। ଏଥିସହ ଆଇଫୋନ୍ ୧୬ର ମୂଲ୍ୟ ପୂର୍ବାପେକ୍ଷା ଢେର ଅଧିକ ହେବ ବୋଲି ଆଶା କରାଯାଉଛି। ତେଣୁ ଆଇଫୋନ୍ ଚଲାଇବା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଆପଲର ଆଗାମୀ ସ୍ମାର୍ଟଫୋନ୍‌ ସିରିଜ୍‌ iPhone 16ରେ ଏଆଇ ଫିଚର୍ ଦିଆଯାଇପାରେ। ଏଥିସହ ପୁରୁଣା iPhone 15 ସିରିଜରେ ମଧ୍ୟ ଏଆଇ ଫିଚର୍‌ ସପୋର୍ଟ ଦିଆଯାଇପାରେ। ଏହି ଦୁଇଟି ସ୍ମାର୍ଟଫୋନ୍ ସିରିଜ୍ ଚଲାଇବା ମହଙ୍ଗା ହେବାକୁ ଯାଉଛି। ବିଶେଷଜ୍ଞଙ୍କ କହିବାନୁସାରେ, ଆପଲ୍‌ ଇଣ୍ଟେଲିଜେନ୍ସ ଫିଚରକୁ ଧୀରେଧୀରେ ଲାଗୁ କରାଯିବ। ଏଥିପାଇଁ କମ୍ପାନୀ ପକ୍ଷରୁ ସବସ୍କ୍ରିପସନ୍ ଦେୟ ଆଦାୟ କରାଯାଇପାରେ। ଆପଲ୍ ପକ୍ଷରୁ ନିର୍ଦ୍ଦିଷ୍ଟ ଉନ୍ନତ ଆପ୍‌ ପାଇଁ ୨୦ ଡଲାର ଦେୟ ଆଦାୟ କରାଯାଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ଆପଲର ସବସ୍କ୍ରିପସନ୍ ବହୁତ ମହଙ୍ଗା ହେବାକୁ ଯାଉଛି। ଆପଲ୍ ପକ୍ଷରୁ ଆପଲ୍ ୱନ୍ ସବସ୍କ୍ରିପସନ୍ ୧୯.୯୫ ଡଲାରରେ ଦିଆଯାଉଛି। ଏଆଇ ଇଣ୍ଟେଲିଜେନ୍ସ ସବସ୍କ୍ରିପସନ ପାଇଁ ୧୦ରୁ ୨୦ ଡଲାର ଲାଗୁ କରାଯାଇପାରେ।

ମୋ ଟିଭି ଓଡିଶା ( ବ୍ୟୁରୋ )

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।